ଭଉଣୀଙ୍କ କ୍ଷମତା କାଂଟଛାଂଟ କଲେ କିମ୍ ଜୋଙ୍ଗ


ଉତରକୋରିଆ: ଉତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ କାହାରିକୁ ବିଶ୍ୱାସ କରନ୍ତି । ନାହିଁ । କ୍ଷମତା ପାଇଁ ସେ ସବୁ କିଛି କରିପାରନ୍ତି । ତାଙ୍କ ବିରୋଧରେ ସ୍ୱର ଉତୋଳନ କରିବାକୁ କେହି ସାହସ କରିପାରନ୍ତି ନାହିଁ । ତାଙ୍କ ଅସୁସ୍ଥତା ଓ ଅନୁପସ୍ଥିତିରେ ଶାସନ ଦାୟିତ୍ୱ ସମ୍ଭାଳୁଥିବା ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗଙ୍କୁ ମଧ୍ୟ ସେ ଆଉ ବିଶ୍ୱାସ କରୁନାହାନ୍ତି ବୋଲି ସୂଚନା ମିଳିଛି । ନିଜ ଦଳର ବୈଠକରେ ସେ ତାଙ୍କର ଉଭଣୀଙ୍କର ଗୁରୁତ୍ୱ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଓ ଅନେକ ଗୁରୁ ଦାୟିତ୍ୱ ତାଙ୍କ ହାତରୁ କାଢ଼ି ନେଇଛନ୍ତି । ୱାର୍କର୍ସ ପାର୍ଟି ବୈଠକର ଷÂ ଦିନରେ ସେ ନିଜକୁ ରାଷ୍ଟ୍ରପତି ପଦରୁ ସାଧାରଣ ସମ୍ପାଦକ ପଦବୀ ପର୍ଯ୍ୟନ୍ତ ପଦୋନ୍ନତି ଦେଇଥିଲେ । ଏହାପୂର୍ବରୁ ଜୋଙ୍ଗଙ୍କ ସ୍ୱର୍ଗତ ପିତା ଏବଂ ଜେଜେବାପା ଏହି ପଦରେ ରହିଥିଲେ । ଅନ୍ୟପକ୍ଷରେ ତାଙ୍କର ଭଉଣୀ କିମ୍ ୟୋ ଜଙ୍ଗଙ୍କୁ ପ୍ରଭାବଶାଳୀ କମିଟିରୁ ବାଦ ଦେଇଛନ୍ତି । ଗତ ବର୍ଷ କିମ ୟୋ ଜୋଙ୍ଗ ପଲିଟିବୁରୋର ଏକ ବିକଳ୍ପ ସଦସ୍ୟ ହୋଇଥିଲେ । ଏଥର ୱାକର୍ସ ପାର୍ଟି ବୈଠକରେ ତାଙ୍କୁ ପଲିଟିବୁ୍ୟରୋର ପୂର୍ଣ୍ଣ ସଦସ୍ୟତା ପାଇବେ ବୋଲି ଆଶା କରାଯାଉଥିଲା । ମାତ୍ର ରାଷ୍ଟ୍ରପତି ଜଙ୍ଗ ନିଜ ଭଉଣୀଙ୍କୁ କମିଟିରୁ ବାହାର କରି ଦେଇଛନ୍ତି । ପଲିଟିବୁରୋ ଉତର କୋରିଆର ଏକ ଶକ୍ତିଶାଳୀ ରାଜୋନ÷ତିକ ସଂସ୍ଥ୍ୟ । ଏହା ହେଉଛି ଦେଶର ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଫ୍ଲାଗସିପ୍ ସଂଗଠନ । ସରକାରଙ୍କ ପରିଚାଳନାରେ ଏହାର ସଦସ୍ୟାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ବୁ୍ୟରୋର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଆଯାଏ । ତେଣୁ ଅନୁମାନ କରାଯାଉଛି ଯେ ଏହି ନିଷ୍ପତି ପଛରେ ରଖାଯାଉଛି । ଏପରିକି କିମ ଜୋଙ୍ଗ ଉନଙ୍କ ଏହି ପଦକ୍ଷେପ ତାଙ୍କ ଭଉଣୀକୁ ରାଜନୀତି ଛାଡ଼ିବାକୁ ବାଧ୍ୟ କରିପାରେ ବୋଲି ଆଲୋଚନା ହୋଇଛି ।

Comments (0)
Add Comment