କାବୁଲ : କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତାଲିବାନ ହସ୍ତକ୍ଷେପ କରିବ ନାହିଁ କିମ୍ବା କଶ୍ମୀରରେ ଚାଲିଥିବା ଆତଙ୍କବାଦରେ ସାମିଲ ହେବ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଦେଇଛି ।
ତାଲିବାନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟରେ ସତ୍ୟତା ନାହିଁ । କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଇସ୍ଲାମିକ ଏମିରେଟ୍ସ (ତାଲିବାନ ) ହସ୍ତକ୍ଷେପ କରିବ ନାହିଁ କିମ୍ବା କଶ୍ମୀରରେ ଚାଲିଥିବା ଆତଙ୍କବାଦରେ ସାମିଲ ହେବ ନାହିଁ ।
ଏହି ସୋସିଆଲ ମିଡିଆ ପୋଷ୍ଟ ଆସିବା ପରେ ଭାରତ କୂଟନୈତିକ ସ୍ତରରେ ତାଲିବାନ ସହ ଯୋଗାଯୋଗ କରିବା ପରେ ଉକ୍ତ ଖବରକୁ ତାଲିବାନ ଅସ୍ୱୀକାର କରିଥିଲା । ତାଲିବାନର ଔପଚାରିକ ଆଭିମୁଖ୍ୟକୁ ପ୍ରକାଶ କରେ ନାହିଁ ବୋଲି ତାଲିବାନ ପକ୍ଷରୁ ଭାରତକୁ କୁହାଯାଇଛି ।