ଭାରତରେ କରୋନା ସ୍ଥିତି ଭୟାବହ : ‘ହୁ’

ଜେନିଭା: ଭାରତରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଚିନ୍ତା ଜନକ ଏବଂ ମହାମାରୀର ଦ୍ୱିତୀୟ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅତିଶୟ ମାରାତ୍ମକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍‌ରସ୍ ଅଧାନୋମ୍ ଗେବ୍ରେୟେସସ୍ କହିଛନ୍ତିି, ପ୍ରଥମ ବର୍ଷ ଅପେକ୍ଷା ଦ୍ୱିତୀୟ ବର୍ଷରେ ଏ ମହାମାରୀ ଅତିଶୟ ମାରାତ୍ମକ ହେବ । ଗୋଟିଏ ମହାସଙ୍କଟ ଆସିବାରେ ଆଶଙ୍କା ଅଛି ବୋଲି ମୁଁ ଜାନୁଆରି ମାସରେ କହିଥିଲି । ଦୁର୍ଭାଗ୍ୟକୁ ଆମେ ଆଜି ତାହା ଦେଖୁଛନ୍ତି । ଟିକା ଯୋଗାଣର ବହୁଳାଂଶ ଖରିଦ କରି ନେଇଥିବା ହାତଗଣଟି କେତୋଟି ସମ୍ବଦ୍ଧ ରାଷ୍ଟ୍ରରେ ଏବେ ବିପଦ ଆଶଙ୍କା କମ୍ ଥିବା ଲୋକଙ୍କୁ ଟିକା ଦିଆଯାଉଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଧନିକ୍ ରାଷ୍ଟ୍ରମାନେ ପିଲାମାନଙ୍କୁ ଟିକା ନଦେଇ ସେଗୁଡିକୁ ଗରିବ ରାଷ୍ଟ୍ରଙ୍କୁ ଦାନ କରି ଦିଅନ୍ତୁ । ମୁଁ ଜାଣେ କେତେକ ରାଷ୍ଟ୍ର କାହିଁକି ସେମାନଙ୍କ ପିଲାମାନଙ୍କୁ ଟିକା ଦେବାକୁ ଚାହୁଁଛନ୍ତି । କିନ୍ତୁ, ସେ କଥାକୁ ପୁନର୍ବିଚାର କରି ଏବେ କୋଭାକ୍ସ’କୁ ଟିକା ଦାନ କରିବା ଲାଗି ସେମାନଙ୍କୁ ଅନୁରୋଧ । ଏହାର କାରଣ ହେଲା, ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯିବା ପାଇଁ ମଧ୍ୟ ଯଥେଷ୍ଟ ଟିକା ନାହିଁ । ଏହାଛଡା, ତୁରନ୍ତ ଜୀବନ ରକ୍ଷାକାରୀ ଚିକିତ୍ସା ଚାହୁଁଥିବ ରୋଗୀମାନଙ୍କ ଗହଳିରେ ସେଠାକାର ଡାକ୍ତରଖାନା ସବୁ ଉଛୁଳି ଉଠୁଛି ।

Comments (0)
Add Comment