ଭାରତୀୟ ବଂଶୋଦ୍ଭବ ଛାତ୍ରୀଙ୍କ କୋଭିଡ ଗବେଷଣା: ମିଳିଲା ୨୫ ହଜାର ଡଲାର ପୁରସ୍କାର

ୱାସିଂଟନ: କରୋନା ମୁକାବିଲା ପାଇଁ ଫଳପ୍ରଦ ଟିକାଟିଏ ବିକାଶ କରିବା ପାଇଁ ବିଶ୍ୱ ତମାମ ଗବେଷକମାନେ ଅହରହ ଉଦ୍ୟମ ଜାରି ରଖିଥିବା ବେଳେ ସେ ପ୍ରଶ୍ନର ଉତର ଖୁବ୍ ଶୀଘ୍ର ମିଳିଯାଇପାରିବ ବୋଲି ଆଶା କରାଯାଏ । ଟେକ୍ସାସରେ ରହୁଥିବା ୧୪ ବର୍ଷୀୟା ଭାରତ-ଆମେରିକୀୟ ସ୍କୁଲ ଛାତ୍ରୀ ଅନିକା ଚେବ୍ରଲୁଙ୍କ ବିରଳ ଆବିଷ୍କାର ଏକ ସଫଳ ଉପଚାର ପ୍ରକ୍ରିୟା ଆଣିବାର ସମ୍ଭାବନା ସୃଷ୍ଟି କରିଛି । ସେ କମ୍ପୁ୍ୟଟର ପଦ୍ଧତିକୁ ଅନୁସରଣ କରି ଏକ ବିରଳ ସୀସା ଅଣୁ ବାନ୍ଧିପାରିବ ବୋଲି କୁହାଯାଉଛି । ଫଳରେ ଭୂତାଣୁର ଆଉ ଅଧିକ ଅଭିବୃଦ୍ଧି ଘଟିବନାହିଁ । ସୁତରାଂ ତାହାର ସଂକ୍ରମଣର ସେଇଠି ଅନ୍ତ ଘଟିବ । ଏହି ନିଆରା ଆବିଷ୍କାର ପାଇଁ ଅନିକା ୨୦୨୦ ମସିହାର ୩ ଏମ୍ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜକୁ ବାଜି ମାରିନେବା ସହ ୨୫ ହଜାର ଉଲାର ପୁରସ୍କାର ରାଶି ହାସଲ କରିଛନ୍ତି । କୋଭିଡର ମୁକାବିଲା ପାଇଁ କୌଣସି ଉପଯୁକ୍ତ ଟିକା କିମ୍ବା ସଫଳ ଉପଚାର ପ୍ରକ୍ରିୟା ବାହାର କରିବାରେ ବିଶେଷଜ୍ଞମାନେ ବ୍ୟସ୍ତ ରହିଥିବା ବେଳେ ସେ ଓ ତାଙ୍କ ଦିଗଦର୍ଶନ ମିଶି କରୋନା ଭୂତାଣୁର ଗତିରୋଧ ପାଇଁ ଏପରି ଏକ ଭିନ୍ନ ଉପାୟ ଖୋଜିବାରେ ଲାଗିଥିଲେ ବୋଲି ଅନିକା କହିଛନ୍ତି । ତେବେ ତାଙ୍କ ଆବିଷ୍କାରର ଫଳପ୍ରଦତା ଚିକିତ୍ସାବିଜ୍ଞାନୀ ଓ ଭୂତାଣୁ ବିଶେଷଜ୍ଞମାନେ ହିଁ ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି ।

Comments (0)
Add Comment