୧୬ ପତ୍ନୀ, ୧୫୧ ପିଲା : ପୁଣି ବାହା ହେବାକୁ ମନ

ହାରାରେ: ହୁଏତ ଶୁୁଣିବାକୁ ଅଜବ ଲାଗିପାରେ ଏବଂ ଆଜିର ସମାଜରେ ବିଶ୍ୱାସ କରିବା ମଧ୍ୟ ଆହୁରି କଷ୍ଟକର, କିନ୍ତୁ ଏକଥା ସତ ଯେ, ୧୬ ଜଣ ପତ୍ନୀ ଏବଂ ୧୫୧ ସନ୍ତାନ ଥିବା ବ୍ୟକ୍ତି ଜଣକ ଖୁବ୍ ଶୀଘ୍ର ୧୭ତମ ଝିଅକୁ ବିବାହ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ସେ ହେଉଛନ୍ତି ଜିମ୍ବାୱେର ୬୬ ବର୍ଷ ବୟସ୍କ ଅବସରପ୍ରାପ୍ତ ସୈନିକ ମିଶେକ୍ ନ୍ୟାଣ୍ଡୋରୋ । ଏବେ ତାଙ୍କ ବହୁବିବାହର କାହାଣୀ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏକ ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ, ସେ କୌଣସି କାମ କରନ୍ତି ନାହିଁ ଏବଂ ତାଙ୍କର ଏକମାତ୍ରା କାମ ହେଉଛି ପତ୍ନୀମାନଙ୍କ ଇଛା ପୂରଣ କରିବା କାମ ହେଉିଛି ପତ୍ନୀମାନଙ୍କ ଇଛା ପୂରଣ କରିବା ଯେଉଁମାନେ ରୋଷେଇ କରନ୍ତି, ସଫା କରନ୍ତି ଏବଂ ତାଙ୍କର ସମସ୍ତ ଇଛା ପୂରଣ କରନ୍ତି । ସେ ଏବେ ନିଜର ୧୭ ତମ ଝିଅକୁ ବିବାହ କରିବାକୁ ଯୋଜନା କରିଛନ୍ତି ଏବଂ ମୃତ୍ୟୁ ପର୍ବରୁ ସେ ୧୦୦ ପତ୍ନୀଙ୍କ ସ୍ୱାମୀ ଏବଂ ୧ହଜାର ସନ୍ତାନର ପିତା ହେବାକୁ ଆଶା ରଖିଛନ୍ତି ।
ସେ କହିଛନ୍ତି ଯେ, ସେ ୩୮ ବର୍ଷ ପୂବେ ବହୁବିବାହ ବିଷୟରେ ନିଷ୍ପତି ନେଇଥିଲେ ଏବଂ ଏହାକୁ ଜୀବନର ମିଶନ ଭାବେ ଗ୍ରହଣ କରିଥିଲେ । ସେ ଜିମ୍ବାୱେ ନ୍ୟୁଜ୍ ଆଉଟ୍‌ଲେଟ୍ ‘ଦ ହେରାଲ୍ଡ’କୁ କହିଛନ୍ତି : ମୁଁ ଯାହା କରୁଛି ତାହା ମୋର ମିଶନ । ୧୯୮୩ରେ ସେ ଆରମ୍ଭ କରିଥିବା ବହୁବିବାହ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରଖିବେ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ତାଙ୍କ ୧୬ ଜଣ ପତ୍ନୀ ବିଭିନ୍ନ ବୟସର ଅଟନ୍ତି ଓ ଆଗାମୀ ଦିନରେ କମ୍ ବୟସର ମହିଳାଙ୍କୁ ବିବାହ କରିବେ । ଏତେ ବଡ ପରିବାର ଥିବା ସତ୍ୱେ ତାଙ୍କର ସମସ୍ତ ପତ୍ନୀ ଅତ୍ୟନ୍ତ ଖୁସି ଥିବା ଏବଂ ଏବେ ଏବେ ଦୁଇଜଣ ପତ୍ନୀ ଗର୍ଭବତୀ ଥିବା ସେ କହିଛନ୍ତି । ସେ ତାଙ୍କ ପୁଅମାନଙ୍କଠାରୁ କ୍ରମାଗତ ଭାବରେ ଉପହାର ଏବଂ ଯଙ୍କା ଗ୍ରହଣ କରନ୍ତି । ତାଙ୍କ ପତ୍ନୀମାନେ ପ୍ରତିଦିନ ତାଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତି ଓ ଖାଦ୍ୟ ସ୍ୱାଦିଷ୍ଟ ନ ହେଲେ ସେ ତାହା ଫୋପାଡି ଦିଅନ୍ତି ।

Comments (0)
Add Comment