୮ଟି ୟୁରୋପୀୟ ରାଷ୍ଟ୍ରରେ ବ୍ୟାପୁଛି କରୋନାର ନୂଆ ‘ଷ୍ଟ୍ରେନ୍’


ଜେନିଭା: ୮ଟି ୟୁରୋପୀୟ ଦେଶରେ ଗୁଣସୂତ୍ର ପରିବର୍ତିତ ବା ନୂଆ ‘ଷ୍ଟ୍ରେନ୍’ର କରୋନା ଭୂତାଣୁ୍ ଚିହ୍ନଟ କରାଯାଇଥିବା କଥା ୟୁରୋପ ଦାୟିତ୍ୱରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ନିଦେ୍ର୍ଧଶକ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରିସ୍ଥିତିକୁ ଅନୁଧ୍ୟାନ କରୁଛି ବୋଲି ମଧ୍ୟ ସେ କହିଛନ୍ତି ।
ସତର୍କତାମୂଳକ ପଦକ୍ଷେପ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରି ୟୁରୋପ ପାଇଁ ନିଯୁକ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଞ୍ଚଳିକ ନିଦେ୍ର୍ଧଶକ ହାନ୍ସ କ୍ଲଗ୍ କହିଛନ୍ତି, ଏହି ନୂଆ ‘ଷ୍ଟ୍ରେନ୍’ର କରୋନାଭାଇରସ୍ ତରୁଣ ବୟସବର୍ଗଙ୍କ ମଧ୍ୟରେ ବ୍ୟାପୁଥିବା ପରି ମନେହେଉଛି ।
ହାନ୍ସ କ୍ଲଗ୍ ଟୁଇଟ କରି କହିଛନ୍ତି, ୟୁରୋପ ଅଞ୍ଚଳର ୮ଟି ଦେଶ ସମ୍ପ୍ରତି କୋଭିଡ-୧୯ର ପରିବର୍ତିତ ଗୁଣସୂତ୍ରଧାରୀ ‘ ଭିଓସି-୨୦୨୦୧୨/ ୦୧’ ଭୂତାଣୁ ଚିହ୍ନଟ କରିଛନ୍ତି । ତେଣୁ ଲାଗୁ ହୋଇଥିବା ସତର୍କମୂଳକ ପଦକ୍ଷେପ ଯଥା :- ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଆଦିକୁ ଆହୁରି ସୁଦୃଢ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରିସ୍ଥିତିକୁ ଅନୁଧ୍ୟାନ କରୁଛି ଏବଂ ଏ ସଂକ୍ରାନ୍ତ ସଦ୍ୟ ତଥ୍ୟ ପ୍ରଦାନ କରି ଚାଲିବ ।
ଗତ ସପ୍ତାହରେ ପ୍ରଥମ କରି ଇଂଲଣ୍ଡରେ ଏହି ନୂତନ ‘ଷ୍ଟେ୍ରନ୍’ର କରୋନାଭାଇରସ୍ ଚିହ୍ନଟ ହୋଇଥିଲା । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ‘ସାର୍ସ-ସିଓ ଭି-୨’ ପ୍ରଜାତି ଭୂତାଣୁ ଠାରୁ ଏହା ଅଧିକ ସଂକ୍ରମଣଶୀଳ । ନୂଆ ‘ଷ୍ଟ୍ରେନ୍’ର କରୋନାଭାଇରସ୍ ଚିହ୍ନଟ ହେବା ପରେ ବିଶ୍ୱର କେତେକ ଦେଶ ବିଦେଶଯାତ୍ରା ଉପରେ କଟକଣା ଲାଗୁ କରିଛନ୍ତି ।

Comments (0)
Add Comment