ୱାର୍ଲଡ ଫୁଡ୍ ପ୍ରୋଗ୍ରାମକୁ ନୋବେଲ ଶାନ୍ତି

ଷ୍ଟକହୋମ: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ ପ୍ରୋଗ୍ରାମ (ଡବ୍ଲୁଏଫସି)କୁ ଚଳିତ ବର୍ଷର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସ୍ୱଦେଶୀ ରୟଲ ଏକାଡେମି ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି । କ୍ଷୁଧା ଓ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ୱପାଇଁ ଡବ୍ଲୁଏଫପିକୁ ଏହି ପୁରସ୍କାର ପାଇଁ ବଛାଯାଇଛି । ନୋବେଲ ଶାନ୍ତି ପୁରସ୍କାର ଦୌଡରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଓ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଥିବାବେଳେ ସେମାନଙ୍କୁ ପଛରେ ପକାଇଦେଇଛି ଡବ୍ଲୁଏଫପି ।ଏ ସମ୍ପର୍କରେ ଟ୍ୱିଟ୍ କରି ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ, ବିଶ୍ୱରେ କ୍ଷୁଧା ବିରୋଧରେ ଲଢେଇ, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଶାନ୍ତି ଆଣିବା ଦିଗରେ ପ୍ରୟାସ ଏବଂ ଯୁଦ୍ଧ କିମ୍ବା ବିବାଦ ଲାଗି କ୍ଷୁଧାକୁ ଏକ ଅସ୍ତ୍ରଭାବେ ବ୍ୟବହାର କରାଯିବାକୁ ରୋକିବା ଦିଗରେ ଉଦ୍ୟମ ଲାଗି ଦି ୱାର୍ଲଡ ଫୁଡ ପ୍ରୋଗ୍ରାମକୁ ନେବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ଏଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୩୧୮ଟି ମନୋନୟନକୁ ବିଚାରକୁ ନିଆଯାଇଥିଲା । ସେଗୁଡିକ ମଧ୍ୟରୁ ୨୧୧ଜଣ ବ୍ୟକ୍ତି ଥିବାବେଳେ ୧୦୭ଟି ସଂଗଠନ ରହିଥିଲା । ଗତବର୍ଷ ଇଥିଓପିଆର ପ୍ରଧାନମନ୍ତ୍ରୀ ଆଦି ଅହମ୍ମଦଙ୍କୁ ନୋବେଲଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments (0)
Add Comment