ଭୁଟାନ ସୀମା କବଜା କରିବାକୁ ଚୀନର ଚକ୍ରାନ୍ତ

ନୂଆଦିଲ୍ଲୀ- ଲଦାଖ ଜବାବ ପାଇବା ପରେ ଭୁଟାନ ସୀମା କବଜା କରିବାକୁ ଷଡଯନ୍ତ୍ର କରିୁଛି ଚୀନ । ସାରା ବିଶ୍ୱ ବେଜିଂକୁ ଚାରି ଦିଗରୁ ଘେରିଥିବା ବେଳେ ଭାରତ ଉପରେ ଚାପ ପକାଇବା ପାଇଁ ଚୀନ ଏଭଳି ପଦକ୍ଷେପ ନେଇଛି । ଭାରତ ସହ ଭଲ ସଂପର୍କ ଥିବା ରାଷ୍ଟ୍ରଙ୍କୁ ହଇରାଣ କରିବା ଚୀନର ନୂତନ ରଣନୀତି ବୋଲି କୁହାଯାଉଛି । ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଚୀନ ଓ ଭୁଟାନ ମଧ୍ୟରେ ଥିବା ସୀମା କେବେ ସ୍ଥିର କରାଯାଇ ନାହିଁ । ପୂର୍ବ, ମଧ୍ୟ ଓ ପଶ୍ଚିମ ଅଂଚଳରେ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ଚୀନ ଭାରତକୁ ଆଙ୍ଗୁଠି ଉଠାଇ କହିଛି ଯେ , ଚୀନ- ଭୁଟାନ ସୀମା ବିବାଦରେ କୌଣସି ତୃତୀୟ ପକ୍ଷ ମୁଣ୍ଡ ପୂରେଇବା ଉଚିତ୍ ନୁହେଁ । ଭାରତର ଘନିଷ୍ଠ ବନ୍ଧୁ ଭୁଟାନ ଉପରେ ଚୀନ ଚାପ ପକାଇବା ପାଇଁ ଉଦ୍ୟମ କରୁଛି ।ତେବେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

Comments (0)
Add Comment