ନୂଆଦିଲ୍ଲୀ- ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଖାଇ କୋଭିଡ -୧୯ରୁ ସୁସ୍ଥ ହେବେ ବୋଲି ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ କହିଛନ୍ତି । ରାଷ୍ଟପ୍ରତିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାପରେ କୋଭିଡ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି । ସେ ଚଲାବୁଲା କରିବାକୁ ଇଛାପ୍ରକାଶ କରୁଛନ୍ତି । କିନ୍ତୁ ଡାକ୍ତରଙ୍କ ଉପଦେଶ ମାନି ସେ କିଛି କରିପାରୁନାହିଁନ୍ତି ବୋଲି କହିଛନ୍ତି । ଏହି ମେଡିସିନର ତୃତୀୟ ପାନ ଖାଇବା ସମୟରେ ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ କରିବା ସହ ହାଇଡ୍ରୋକ୍ଲୋରକ୍ୱିନ ଭଲ କମା କରୁଛି ବୋଲି ବୋଲସୋନାରୋ କହିଛନ୍ତି ।