ନୂଆଦିଲ୍ଲୀ : ଗଲୱାନରେ ଏଲ୍ଏସି ନିକଟରେ ହୋଇଥିବା ସଂଘର୍ଷରେ ଚୀନର ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ପିଏଲ୍ଏର ଜଣେ ଅଧିକାରୀ ନିହତ ହୋଇଥିବା ଚୀନ ସ୍ପଷ୍ଟ କରିଛି । ସଂଘର୍ଷରେ ଚୀନର ମୋଟ କେତେ ଜଣ ଯବାନ ସହିଦ ହୋଇଛନ୍ତି ତାହା ଚୀନ ସ୍ପଷ୍ଟ କରିନାହିଁ । ନିହତ ଯବାନଙ୍କ ସଂଖ୍ୟା ବଢିଲେ ଦୁଇ ଦେଶ ମଧ୍ୟରେ ଉତେଜନା ବଢିବ ବୋଲି ଚୀନ ଓଲଟା ଯୁକ୍ତି ବାଢିଛି । ଭାରତର ୨୦ ସେନା ନିହତ ହୋଇଥିବା ବେଳେ ଚୀନର ୪୩ ସୈନ୍ୟ ମୃତୁ୍ୟ ବରଣ କରିଥିଲେ ବୋଲି ସୂଚନା ମିଳିଥିଲା ।