ମନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡିଗୋ ଦୁର୍ତେତେ ମାସ୍କ ସଫା କରିବା ନେଇ ସ୍ତମ୍ବିଭୂତ ପରାମର୍ଶ ଦେଇଛନ୍ତି । ତାଙ୍କର କହିବା କଥା ହେଉଛିଯେ, ମାସ୍କ ସଫା କରିବା ଲାଗି ପେଟ୍ରୋଲର ବ୍ୟବହାର କରାଯାଉ । ରାଷ୍ଟ୍ରପତିଙ୍କ ଏହି ଅଦ୍ଭୁତ ପରାମର୍ଶ ପରେ ତାଙ୍କର ମୁଖପାତ୍ର ମାମଲାକୁ ଚର୍ଚ୍ଚିତ ନହେବା ପାଇଁ ଉଦ୍ୟମ କରିଥିଲେ । ସେ କହିଥିଲେ ଯେ, ରାଷ୍ଟ୍ରପତି ଥଟ୍ଟାମଜାରେ ଏହା କହିଥିଲେ । କିନ୍ତୁ ରାଷ୍ଟ୍ରପତି ପୁଣି ଥରେ ଏହି କଥାର ପୁନରାବୃତି କରିଛନ୍ତି । ସେ କହିଛନ୍ତି ଯେ ଏହା ଥଟ୍ଟା କି କୌତୁକ ନୁହେଁ । ମାସ୍କ ସଫା କରିବା ପାଇଁ ପେଟ୍ରୋଲର ବ୍ୟବହାର କରାଯାଇ ପାରିବ ।