୧୦ଲକ୍ଷ ଟନ୍ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବ ଜାପାନ


ଟୋକିଓ: ଜାପାନ ସରକାର ଫୁକୁଶିମା ପରମାଣୁ କେନ୍ଦ୍ରର ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବାକୁ ନିଷ୍ପତି ନେଇଛନ୍ତି । ଫୁକୁଶିମାର ୧୦ଲକ୍ଷ ଟନରୁ ଅଧିକ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବାର ଯୋଜନାକୁ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମଙ୍ଗଳବାର ମଞ୍ଜଚରୀ ପ୍ରଦାନ କରିଛନ୍ତି । ଅନ୍ୟପଟେ ଜ।।ନ ସରକାରଙ୍କ ଏହି ନିଷ୍ପତିକୁ ଚୀନ ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ର ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ରେଡିଓ ଆକ୍ଟିଭ ପାଣି ସମୁଦ୍ରରେ ମିଶିଲେ ତାହା ବିଷାକ୍ତ ହୋଇଯିବ ଏବଂ ସାରା ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଦେଶଗୁଡିକ ଏହାକୁ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ , ୨୦୧୧ରେ ଭୂକମ୍ପ ଏବଂ ସୁନମୀ ଯୋଗୁ ଫୁକୁଶିମା ଦାଇଚି ପରମାଣୁ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା । ଏହାପରଠାରୁ ଜାପାନର ବିଦ୍ୟୁତ କମ୍ପାନୀ ଟୋକିଓ ଇଲେକ୍ଟ୍ରି ପାୱାର ନିକଟରେ ୧୦ ଲକ୍ଷ ଟନରୁ ଅଧିକ ରେଡିଓ ଆକ୍ଟିଭ ପାଣି ମହଜୁତ ରହିଛି । ଯାହାକୁ ସମୁଦ୍ରକୁ ଛାଡିବାକୁ ସରକାର ମଞ୍ଜୁରୀ ଦେଇଛନ୍ତି । ତେବେ ରେଡିଓ ଆକ୍ଟିଭ ପାଣି ସମୁଦ୍ରରେ ଛଡାଯିବା ପ୍ରକ୍ରିୟା ଆରମ୍ଭ ହେବାକୁ ପ୍ରାୟ ୨ବର୍ଷ ଲାଗିବ । ମାତ୍ର ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସମତେ ଦକ୍ଷିଣ କୋରିଆ, ଫିଲିପାଇନ୍ସ ଏବଂ ଚୀନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଜାପାନ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି । ଏ ସମ୍ପର୍କରେ ଜାପାନ ସରକାର ଯୁକ୍ତି ଦର୍ଶାଇ କହିଛନ୍ତି, ରେଡିଓ ଆକ୍ଟିଭ ପାଣିରୁ ସମସ୍ତ ପ୍ରକାର ରେଡିଓ ଆକ୍ଟିଭ ତତ୍ୱ ବାହାର କରାଯିବା ପରେ ତାହାକୁ ସମୁଦ୍ରକୁ ଛଡାଯିବ । ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ଏହାକୁ ସମର୍ଥନ ଜଣାଇଥିବା ଜାପାନ କହିଛି । ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛଡାଯିବା ପୂର୍ବରୁ ତାହାକୁ ଟ୍ରିଟ୍ କରାଯିବ । ଫଳରେ ଏହାର ଘାତକ ପ୍ରଭାବ କମ୍ ହୋଇାପାରିବ । ଏହା ସତ୍ୱେ ବି ତାହା ଏତେ ବିପଜ୍ଜନକ ହେବ ଯେ, ସମୁଦ୍ର ପାଣିକୁ ବିଷାକ୍ତ କରିଦେବ । ପରମାଣୁ ବିଦ୍ୟୁତ କେନ୍ଦ୍ରରେ ପରମାଣୁ ଶକ୍ତି ପ୍ରସ୍ତୁତ କରାଯିବା ସମୟରେ ରେଡିଓ ଆକ୍ଟିଭ ବର୍ଜ୍ୟ ବହାରିଥାଏ । ଏଥିରେ ୍‌ଲୁଟୋନିୟମ ଏବଂ ୟୁରାନିୟମ ଭଳି ବିପଜ୍ଜନକ ତତ୍ୱ ରହିଥାଏ । ଏହି ତତ୍ୱଗୁଡିକ ସମ୍ପର୍କରେ ଆସିବା ପରେ କିଛି ଦିନ ଭିତରେ ଅତି ସୁସ୍ଥ ମଣିଷର ମୃତ୍ୟୁ ଘଟିବ । କାରଣ ଏହି ରେଡିଓ ଆକ୍ଟିଭ ତତ୍ୱ ସିଧାସଳଖ ରକ୍ତରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏହା ଦ୍ୱାରା ଚର୍ମ, ରକ୍ତ ଏବଂ ଅସ୍ତି କର୍କଟ ଭଳି ରୋଗ ସୃଷ୍ଟି କରିଥାଏ ।

Comments (0)
Add Comment