ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ହେବେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ । ଡ଼େମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇନେଡ଼ ଏ କଥା ଘୋଷଣା କରିଛନ୍ତି । ଏହି ପଦ ନିମନ୍ତେ ନିର୍ବାଚନ ଲଢ଼ିବାରେ ସେ ପ୍ରଥମ କୃଷ୍ଣକାୟ ମହିଳା । କମଳା ଭାରତୀୟ ବଂଶୋଦ୍ଭବ ଓ ଜାମାଇକାର ବାସିନ୍ଦା । କମଳାଙ୍କ ମା’ ଭାରତୀୟ ଓ ପିତା ଜାମାଇକାନ । ତାଙ୍କର ଜନ୍ମ କାଲିଫର୍ଣିଆର ଅକଲାଣ୍ଡରେ ହୋଇଥିଲା ଓ ସେ ହାଭାର୍ଡ଼ ବିଶ୍ଵବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ।ଏହା ପୂର୍ବରୁ ରିପବ୍ଲିକାନ ପାର୍ଟି ପକ୍ଷରୁ ୨୦୦୮ରେ ସାରା ପୌଲିନଙ୍କୁ ପ୍ରାର୍ଥୀ କରିଥିଲା ଓ ୧୯୮୪ ମସିହାରେ ଡ଼େମୋକ୍ରାଟିକ୍ ପାର୍ଟି ଗିରାଲାଡ଼ିନ ଫେରାରୋଙ୍କୁ ନିର୍ବାଚନରେ ଉପରାଷ୍ଟ୍ରପତି ପଦ ନିମନ୍ତେ ଠିଆ କରାଇଥିଲା । ମାତ୍ର ଉଭୟ ଶ୍ଵେତାଙ୍ଗ ମହିଳା ନିର୍ବାଚନରେ ହାରି ଯାଇଥିଲେ ।ଆମେରିକାର ଦୁଇ ପ୍ରମୁଖ ଦଳ ଡ଼େମୋକ୍ରାଟିକ୍ ଓ ରିପବ୍ଲିକାନ ପାର୍ଟି ପକ୍ଷରୁ କୌଣସି କୃଷ୍ଣକାୟ (ଅଶ୍ଵେତ) ମହିଳାଙ୍କୁ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ କରିନାହାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଆମେରିକୀୟ ମହିଳା ରାଷ୍ଟ୍ରପତି ନିର୍ବାଚନ ଜିତି ନାହାନ୍ତି ।କାଲିଫର୍ଣିିଆର ସାଂସଦ କମଳା ହ୍ୟାରିସ ପ୍ରଥମେ ଜୋ ବାଇଡ଼େନଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ । ତାଙ୍କୁ ରାଷ୍ଟ୍ରପତି ପଦ ନିମନ୍ତେ ତାଙ୍କ ଦଳ ପକ୍ଷରୁ କୁହାଯାଉଥିଲା । ମାତ୍ର ବାଇଡ଼େନ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ ହେବା ଚୂଡ଼ାନ୍ତ ହେବା ପରେ କମଳାଙ୍କୁ ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ଲଢ଼ିବାକୁ ଦଳ ମନୋନୀତ କରିଛି ।

Comments (0)
Add Comment