ଲାଡେ଼ନଙ୍କୁ ସହିଦ ଆଖ୍ୟା ଦେଇ ଇମ୍ରାନ ସମାଲୋଚିତ

ଇସ୍ଲାମାବାଦ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପାକିସ୍ତାନ ସଂସଦରେ ଉଦ୍ବୋଧନ ଦେବା ଅବସରରେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେ଼ନ୍ ଙ୍କୁ ସହିଦ ସମ୍ବୋଧନ କରିି ସମାଲୋଚିତ ହୋଇଛନ୍ତି । ଇମ୍ରାନଙ୍କ ଏହିି ବୟାନ ପାଇଁ ତାଙ୍କୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ସାମ୍ବାଦିକ ନୈଲା ଇନାୟତ ଏ ସମ୍ପର୍କରେ ଟ୍ୱିଟ୍ ରେ ଭିଡ଼ିଓ ଅପ୍ଲୋଡ଼ କରିଛନ୍ତି । ଇମ୍ରାନ କିଭଳି ଆମେରିକା ଉପରେ ବର୍ଷୁଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରିଛି । ସୂଚନା ଅନୁଯାୟୀ ନିକଟରେ ଆମେରିକର ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆତଙ୍କ ବାଦୀଙ୍କ ପାଇଁ ପାକିସ୍ତାନ ହେଉଛି ସୁରକ୍ଷିତ ଭୂ-ସ୍ୱର୍ଗ । ଆତଙ୍କ ବାଦୀଙ୍କ ବିରୁଦ୍ଧରେ ପାକିସ୍ତାନ କୈାଣସି କାର୍ଯ୍ୟନୁଷ୍ଠାନ ନେବା ପରିବର୍ତେ ଆଶ୍ରୟ ଦେଉଛି । ତେଣୁ ଆର୍ଥିକ ସହାୟତା ବନ୍ଦ କରିଦିଆଯିବ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଇମ୍ରାନ କହିଛନ୍ତି ଯେ ଆତଙ୍କ ବାଦୀ ବିଲୋପ କରିବା ପାଇଁ ଦୃଢ ପଦକ୍ଷେପ ସତ୍ୱେ ଆମେ ବିଶ୍ୱ ଦରବାରରେ ନିନ୍ଦିତ ହେଉଛୁ । ଆମେରିକା ଆମର ମିତ୍ର ରାଷ୍ଟ୍ର ହୋଇ କୈାଣସି ସୂଚନା ନଦେଇ ଦେଶ ଭିତରେ ବଳ ପୂର୍ବକ ପଶି ଲାଡେ଼ନଙ୍କୁ ହତ୍ୟା କଲେ । ତେବେ ଇମ୍ରାନଙ୍କ ଏହି ଟିପ୍ପଣୀକୁ ସମାଲୋଚନା କରି ପାକିସ୍ତାନ ପିପୁଲ୍ସ ପାର୍ଟି ଓ ମୁସଲିମଲିଗ୍ ପାର୍ଟି ସମାଲୋଚନା କରି କହିଛନ୍ତି ଯେ ଲାଡେ଼ନ ଇମ୍ରାନଙ୍କ ପାଇଁ ହିରୋ ହୋଇ ପାରନ୍ତି ମାତ୍ର ଦେଶ ଓ ଜନସାଧାରଣଙ୍କ ଦୃଷ୍ଟିରେ ସବୁବେଳ ପାଇଁ ଜଣେ ଆତଙ୍କ ବାଦୀ ହୋଇ ରହିବେ ।

Comments (0)
Add Comment