ମେକ୍ସିକୋ : ବିସ୍ମିତ କରୁଛି କୋଭିଡ଼ ଭୂତାଣୁର ନୂତନ ରୂପ । ମେକ୍ସିକୋରେ ଏକାସଙ୍ଗରେ ଜନ୍ମ ନେଇଥିବା ୩ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ମାତ୍ର ସେମାନଙ୍କ ମାତା ପିତା କୋରନା ଆକ୍ରାନ୍ତ ନୁହନ୍ତି । ଫଳରେ ଡ଼ାକ୍ତରଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି । ତେଣୁ ଏ ସମ୍ପର୍କରେ ଆରମ୍ଭ ହୋଇଛି ଗବେଷଣା । ଜନ୍ମ ହେବାର ୪ଘଂଟା ପରେ ନିଃସ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ସେମାନଙ୍କୁ ପରୀକ୍ଷା କରାଯିବା ପରେ କରୋନାରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି । ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ମତ ଅନୁଯାୟୀ ୨ ଜଣ ସୁସ୍ଥ ଥିବାବେଳେ ଜଣଙ୍କ ଠାରେ ନିମୋନିଆ ସମସ୍ୟା ଥିଲା । ବର୍ତମାନ ସେମାନେ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ରହିଛନ୍ତି ।