ମୁଠାରେ ଧରିହେବ ଏହି ମହିଳାଙ୍କ ଅଣ୍ଟା: କୁହନ୍ତି, ପ୍ରାକୃତିକ ଭାବେ ପାଇଛନ୍ତି ଏପରି ଫିଗର୍‍

ମିଆଁମାର: ମିଆଁମାରରେ ବାସ କରୁଥିବା ଜଣେ ମହିଳା ନିଜ ଅଣ୍ଟାକୁ ନେଇ ଏବେ ଚର୍ଚ୍ଚାରେ। ୨୩ ବର୍ଷିୟା ଏହି ମହିଳାଙ୍କ ନାମ ସୁ ନିଆଙ୍ଗ। ନିଜ ଅଣ୍ଟା ପାଇଁ ଏହି ମହିଳା ଅନ୍‍ଲାଇନ୍‍ ସେନ୍ସେସନ୍‍ ପାଲଟିଯାଇଛନ୍ତି। ବାସ୍ତବରେ ସୁଙ୍କ ଅଣ୍ଟା ଏତେ ପତଳା ଯେ ହାତ ମୁଠାରେ ଧରିହେବ।

ସୁଙ୍କ ଅଣ୍ଟା ହେଉଛି ୧୩.୭ ଇଞ୍ଚର। କୁହାଯାଉଛି ଯେ, ସୁ ହେଉଛନ୍ତି ଦୁନିଆର ସବୁଠୁ ପତଳା ଅଣ୍ଟା ବିଶିଷ୍ଟ ମହିଳା। ଖାସ୍‍ କଥା ହେଉଛି ସୁଙ୍କ କହିବାନୁସାରେ ତାଙ୍କର ଏହି ଶାରୀରିକ ଗଠନ ପ୍ରାକୃତିକ। ସୁ ହେଉଛନ୍ତି ଜଣେ କଲେଜ ଛାତ୍ରୀ। ସେ ନିୟକ ମିତ ଭାବେ ନିଜ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରନ୍ତି। ମାତ୍ର ଲୋକେ ଭାବନ୍ତି, ସେ ନିଜ ଫଟୋକୁ ଏଡିଟ୍‍ କରୁଛନ୍ତି। ଏପରିକି କିଛି ଲୋକ କୁହନ୍ତି ଯେ, ସୁ ନିଜ ଅଣ୍ଟାର ସର୍ଜରୀ କରାଇଛନ୍ତି। କିନ୍ତୁ ସୁ ଏସବୁକୁ ଅସ୍ୱୀକାର କରିଛନ୍ତି। କେବଳ ପ୍ରାକୃତିକ ଉପାୟରେ ସେ ଏଭଳି ଫିଗର୍‍ ପାଇଥିବା କହିଛନ୍ତି।

Comments (0)
Add Comment