ଶୀତ ଋତୁରେ କିଭଳି ନେବେ ତ୍ୱଚାର ଯତ୍ନ


ଥଣ୍ଡା ପାଗରେ ତ୍ୱଚା ଓ କେଶ ଶୀଘ୍ର ପ୍ରଭାବିତ ହୋଇଥାଏ । ତେବେ ଆରମ୍ଭ ସମୟରୁ ଯତ୍ନ ଠିକ୍ ଭାବେ ନ ନେଲେ ବିଭିନ୍ନ ସମସ୍ୟା ଉୁଜିବା ଭୟ ରହିଛି । ଯୁବତୀ ଓ ମହିଳାମାନେ ଶୀତ ଦିନେ କେତୋଟି ନିୟମକୁ ମାନି ଚଳିଲେ ଏହି ଦିନରେ ନିଜ ତ୍ୱଚା ଭଲ ରହିପାରିବ । ତେବେ ଆସନ୍ତୁ ନଜର ପକାଇବା ଏଭଳି କିଛି ଟିପ୍ସ ଉପରେ
. ଏଇ ଋତୁରେ ଶୋଷ ଲାଗେନାହିଁ । ଏହା ସତ୍ୱେ ନିଜ ପାଣି ପିଇବାର ଅଭ୍ୟାସକୁ ବନ୍ଦ କରନ୍ତୁ ନାହିଁ । ପ୍ରତି ଥର ଖାଇବା ପୂର୍ବରୁ ଓ ପରେ ପାଣି ପିଅନ୍ତୁ । ତ୍ୱଚାର ଜଳୀୟ ଅଂଶ କମ୍ ହେଲେ ରୁକ୍ଷତା ବଢେ଼ । ଅତି କମ୍ରେ ଦିନକୁ ୯-୧୦ ଗିଲାସ ପାଣି ପିଅନ୍ତୁ ।
. ଭୋଜନ ଉପରେ ଗୁରୁତ୍ୱ ଦେବାକୁ ଯେପରି ନ ଭୁଲିବେ । ସବୁଜ ପନିପରିବା ମିଶାମିଶି ତରକାରି ସହ ସାଲାଡ ଦ୍ୱିପହର ଭୋଜନରେ ଖାଇଲେ ତ୍ୱଚା ଓ କେଶକୁ ଆବଶ୍ୟକ ପରିମାଣରେ ପୋଷଣ ମିଳିଥାଏ ।
. କେତେଜଣଙ୍କର ଧାରଣା ଯେ ଶୀତରେ ସୂର୍ଯ୍ୟକିରଣର ପ୍ରଭାବ ତ୍ୱଚା ଉପରେ ପଡେନାହିଁ । ଏଣୁ ସନ୍ସ୍ତକ୍ରିନର ଆବଶ୍ୟକତା ଥାଏ ବୋଲି । ହେଲେ ଏହା ଭାବିବା ଭୁଲ ହୋଇଥାଏ । ସକାଳବେଳା, ଦିନବେଳା ଘରୁ ବାହାରିବା ମାତ୍ରେ ସନ୍ସ୍କ୍ରିନ୍ ଲଗାଇ ବାହାରନ୍ତୁୂ ।
. ବାରମ୍ବାର ତ୍ୱଚାକୁ ମଏଶ୍ଚରାଇଜ କରିବା ମଧ୍ୟ ଆବଶ୍ୟକ ହୋଇଥାଏ । ସେହିଭଳି ସ୍ନାନ କରିବା ପରେ ସନ୍ଧ୍ୟା ସମୟରେ ଓ ରାତିରେ ଶୋଇବା ପୂର୍ବରୁ ମଏଶ୍ଚରାଇଜର ଲଗାଇବା ଭଲ ହୋଇଥାଏ ।
ତେବେ ସ୍ନାନ ସମୟରେ ଅଧିକ ଗରମ ପାଣିରେ ଗାଧୋଇବା ଉଚିତ ନୂହେଁ । କିଛି ଗରମ ଓ ଥଣ୍ଡା ଉଭୟକୁ ମିଶାଇ ଗାଧୋଇବା ଅଭ୍ୟାସ କରନ୍ତୁ । ଗରମ ପାଣିରେ ଗାଧୋଇବା ଦ୍ୱାରା ଅଧିକ ଶୁଷ୍କ ହେଉଥିବା ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ ରହିଛି ।

Comments (0)
Add Comment