ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ କୂଳଭୁଷଣ ଯାଦବଙ୍କୁ ଫାସି ଦିଆଯିବାର ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ , କିନ୍ତୁ ସେ ଭାରତ ଆସିବା ପାଇଁ ମନା କରୁଛନ୍ତି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ପାକିସ୍ତାନ ପକ୍ଷରୁ ତାଙ୍କ ଉପରେ ଜବରଦସ୍ତି ହେବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେ ପୂର୍ବରୁ ଭାରତ ଆସିବା ପାଇଁ ପିଟିସନ୍ ଦାଖଲ କରିଥିଲେ , କିନ୍ତୁ ତାହା ସୁପ୍ରିମକୋର୍ଟ ରେ ଖାରଜ ହୋଇଥିଲା । ଏବେ ସେ ରିଭ୍ୟୁ ପିଟିସନ୍ ଦାଖଲ କରିବା ପାଇଁ ରାଜି ହେଉନାହାଁନ୍ତି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ଏପଟେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆମେ କୂଳଭୁଷଣ ଯାଦବଙ୍କୁ ବଂଚେଇବାକୁ ଉଦ୍ୟମ କରିବୁ । ତାଙ୍କୁ ପାକିସ୍ତାନ ହାତରେ ବଳି ଚଢେଇବା ପାଇଁ ଦେବୁ ନାହିଁ ।