ଭଗବାନ ରାମ ଭାରତର ନୁହଁନ୍ତି ନେପାଳର: ଓଲି

ନୂଆଦିଲ୍ଲୀ: ଭଗବାନ ରାମଙ୍କ ଜନ୍ମ ସ୍ଥାନକୁ ନେଇ ନେପାଳର ପ୍ରଧାନମନ୍ତ୍ରୀ କେ.ପି .ଶର୍ମା ଓଲି ଏକ ବିବାଦୀୟ ବୟାନ ଦେଇଛନ୍ତି । ତାଙ୍କର କହିବା ଅନୁସାରେ ଭଗବାନ ରାମ ଭାରତର ନୁହଁନ୍ତି ନେପାଳର, ତାଙ୍କ ଜନ୍ମସ୍ଥାନ ଭାରତର ଅଯୋଧ୍ୟାରେ ନୁହେଁ ବରଂ କାଠମାଣ୍ଡୁ ଠାରୁ ୧୩୫ କି.ମି ଦୂର ବୀରଗଞ୍ଜ ଜିଲ୍ଲାରେ ଥିବା ଏକ ଛୋଟ ଗ୍ରାମ ଅଯୋଧ୍ୟାରେ । ଅନ୍ୟ ପକ୍ଷରେ ଓଲିଙ୍କ ଏଭଳି ବିବାଦୀୟ ବୟାନ ଉପରେ ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ କମଲ ଆପତି ଉଠାଇଛନ୍ତି । ଏବଂ ସେ ଟୁଇଟ୍ କରି କହିଛନ୍ତି ଯେ, ଓଲି ଭାରତ ଓ ନେପାଳ ସମ୍ପର୍କରେ ଉନ୍ନତି ଆଣିବା ବଦଳରେ ଆହୁରି ଖରାପ କରିବାକୁ ଚାହୁଁଛନ୍ତି , ଓଲିଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଏଭଳି ଭିତିହୀନ ଓ ଅପ୍ରାମାଣିତ ବୟାନ ଦେବା ଉଚିତ୍ ନୁହେଁ ।

Comments (0)
Add Comment