କରୋନାରେ ବିବାହ ଉତ୍ସବ ଆୟୋଜନ ନ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଅନୁରୋଧ

ପାଟନା: ଦେଶରେ କରୋନା ସଂକ୍ରମଣ ଅଣାୟତ ହୋଇପଡ଼ିଥିବା ବେଳେ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଅନୁରୋଥ କରିଛନ୍ତି । ସେ କହିଛନ୍ତି ଯେ, ‘‘ଏଭଳି ପରିସ୍ଥିତିରେ କେହି ବିବାହ ଉତ୍ସବ ଆୟୋଜନ ନକରିବା ଆବଶ୍ୟକ । ଏକାଠି ବହୁଲୋକଙ୍କ ସମାଗମ  ହେଲେ ଗୋଷ୍ଠି ସଂକ୍ରମଣର ବହୁତ ଆଶଙ୍କା ରହିଛି । ତେଣୁ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ବିହାରରେ ମେ’ 15 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏପରି ସ୍ଥଳେ ବିବାହ ଉତ୍ସବ ଯଦି ଆୟୋଜନ କରାଯାଏ ତେବେ ସେଥିରେ ସର୍ବ ମୋଟ୍‌ 50 ଜଣ ଯୋଗ ଦେଇପାରିବେ ବୋଲି କଡ଼ା କଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment