ସୋନିଆଙ୍କୁ ନଡ୍ଡାଙ୍କ ଡ଼ାଇରେକ୍ଟ ଆଟାକ୍

ନୂଆଦିଲ୍ଲୀ : କଂଗେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଟାର୍ଗେଟ । କଂଗେସ ନେତୃତ୍ୱାଧିନ ୟୁପିଏ ଶାସନ କାଳରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ ଫଣ୍ଡର ଅଧ୍ୟକ୍ଷ ଥିଲେ ସୋନିଆ ଗାନ୍ଧୀ । ସେତେବେଳେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ ଫଣ୍ଡରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ଦାନ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ନଡ୍ଡା । ଏହି ପ୍ରସଙ୍ଗ ଉପରେ ଟୀପଣି ଦେଇ ନଡ୍ଡା କହିଛନ୍ତି ଯେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦେଶବାସୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । ବିପଦ କାଳରେ ଜନସାଧାରଣଙ୍କ ସହାୟତା ପାଇଁ ଗଠିତ ପିଏମ୍ଏନ୍ଆରଏଫ ପାଣ୍ଠିକୁ ଭାରତବାସୀ ନିଜର କଷ୍ଟ ଉପାର୍ଜିତ ଅର୍ଥରାଶି ଦାନ କରିଥାନ୍ତି । ମାତ୍ର ଏହି ଅର୍ଥକୁ ନିର୍ଦ୍ଧିଷ୍ଟ ପରିବାର ଦ୍ୱାରା ପରିଚାଳିତ ଅନୁଷ୍ଠାନକୁ ଦେବା କେବଳ ଠକେଇ ନୁହେଁ ବରଂ ଦେଶବାସୀଙ୍କୁ ଶକ୍ତ ଧୋକା ବୋଲି କହିଛନ୍ତି ଜେ.ପି ନଡ୍ଡା ।

Comments (0)
Add Comment