ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ତୃତୀୟଥର ପାଇଁ ସପଥ ନେଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଲଗାତାର ତୃତୀୟଥର ପାଇଁ ମୁଖ୍ୟ ମନ୍ତ୍ରୀ ଆସନରେ ଶପଥ ଗ୍ରହଣ କଲେ ମମତା ବାନାର୍ଜୀ । ବୁଧବାର ସେ ରାଜ୍ୟପାଳ ଜଗଦୀପ ଧନଖରାଙ୍କ ଦ୍ବାରା ସପଥ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗ ରାଜଭବନରେ ଏହି ସପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନର କୋଭିଡ୍‌ କଟକଣା ପାଇଁ ସ୍ବଳ୍ପ ଅତିଥିଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ସପଥ ଗ୍ରହଣ କରିଥିବା ବେଳେ ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ଆସନ୍ତା 9 ତାରିଖ ରବିନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ ଶପଥ ନେବେ ବୋଲି ସ୍ଥିର ହୋଇଛି । ପଶ୍ଚିମବଙ୍ଗରେ ମମତାଙ୍କ ଦଳ ଟିଏମ୍‌ସି ବିଧାନସଭାର 292ଟି ଆସନରୁ 213ଟି ରେ ବିଜୟଲାଭ କରିଥିବା ବେଳେ ବିଜେପିକୁ ମୋଟ୍‌ 77 ଟି ଆସନ ମିଳିଛି । ରବିବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ପଶ୍ଚିମବଙ୍ଗରେ ଟିଏମ୍‌ସି ଓ ବିଜେପି ଦୁଇ ଦଳ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଯାହାକି ଏଥିରେ ବିଜେପି କର୍ମୀଙ୍କୁ ଟିଏମ୍‌ସିର କର୍ମୀମାବେ ଆକ୍ରମଣ ଅଭିଯୋଗ ଯୋଇଛି । ତେବେ ଆଜି ଶପଥ ଗ୍ରହଣ ବେଳେ ମମତା କହିଛନ୍ତି ଯେ, ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ପ୍ରସ୍ତୁତ କରାଯିବା ପାଇଁ ଯଥାଶୀଘ୍ର ଅଦକ୍ଷେପ ନିଆଯିବ ।

Comments (0)
Add Comment