ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟ ରହସ୍ୟ ନୂଆ ମୋଡ ନେବାରେ ଲାଗିଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଲେଖିଛନ୍ତି ଯେ ଜିଆରପିର ତଦନ୍ତ ସନ୍ତୋଷଜନକ ନୁହେଁ , ତେଣୁ କମିଶନରେଟ ପୋଲିସକୁ ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ଲେଖିଛନ୍ତି, ଯଦି ବାସ୍ତବରେ ଏହା ଏକ ଆତ୍ମହତ୍ୟା ନହୋଇ ହତ୍ୟା ହୋଇଥାଏ, ତେବେ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ । ଯାହା ଫଳରେ ଲୋକଙ୍କ ଆଇନ ଉପରେ ଆସ୍ଥା ଅତୁଟ ରହିବ ।

Comments (0)
Add Comment