ନୂଆଦିଲ୍ଲୀ: ପୂର୍ବ ଲଦାଖସ୍ଥିତ ନିୟନ୍ତ୍ରଣରେଖାର ପାଟ୍ରୋଲିଂ ପଏଂଟ ୧୫ଠାରୁ ଭାରତ ଓ ଚୀନ ସେନାର ଅପସାରଣ ପ୍ରକ୍ରିୟା ଶେଷ ହୋଇଛି । ଚୀନ୍ ସେନା ଆଉ୨ କିଲୋମିଟର ପଛକୁ ହଟିଯାଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ହଟ ସ୍ପି୍ରଙ୍ଗ୍ସ ଓ ଗୋଗ୍ରା ଠାରେ ଉଭୟ ପକ୍ଷର ସେନା ଅପସାରଣ ପକ୍ରିୟା ଆରମ୍ଭ କରିଥିଲେ । ଫଳରେ ଗଲୱାନ ଘାଟିରେ ଆଡ୍ଡା ମେଲାଇ ବସିଥିବା ଚୀନ୍ ସେନା ପଛକୁ ହଟିଥିଲା । ଦୁଇ ରାଷ୍ଟ୍ରର ସେନା ପଛକୁ ହଟି ଯାଇଥିବାରୁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହେବ ବୋଲି କୁହାଯାଉଛି । ତଥାପି ଗଲୱାନ ନଦୀ ତଟବର୍ତି ଅଂଚଳରେ ଚୀନର ଯୁଦ୍ଧାସ୍ତ୍ର ବୋଝେଇ ଗାଡି ଏବେବି ମୁତୟନ ରହିଛି ।