ପରୋପକାରର ପରିଭାଷା

ବିପୁଳ ସମ୍ପତ୍ତିର ଅଧିକାରୀ ଥିବା ଜନୈକ ବ୍ୟକ୍ତି ବୃଦ୍ଧ ହୋଇଗଲେ । ତାଙ୍କର ତିନିପୁତ୍ର ଥିଲେ । ସେମାନଙ୍କ ମଧ୍ୟରେ ସମାନ ଭାବରେ ସମ୍ପତ୍ତି ବାଣ୍ଟିଦେବା ନିୟମ ଦୃଷ୍ଟିରୁ ସମୀଚୀନ ଥିଲେ ହେଁ ବୃଦ୍ଧ ବ୍ୟକ୍ତି ତାଙ୍କର ଯୋଗ୍ୟ ଉତ୍ତରାଧିକାରୀ କିଏ ତାହା ଜାଣିବାକୁ ଚାହିଁଥିଲେ । ଦିନେ ତିନିଜଣଙ୍କୁ ଡକାଇ ପଚାରିଲେ- ଅତୀତରେ ତୁମେ ଯେଉଁସବୁ ମହତ୍କର୍ମ, ପରୋପକାର କରିଛ ତାହା ପ୍ରକାଶ କର । ଏହାଉପରେ ମୁଁ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବି । ବଡ଼ ପୁଅ ତତ୍କ୍ଷଣାତ୍ କହିଲେ- ନ୍ତମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଏକଦା ହୀରା ଅଳଙ୍କାର ଭର୍ତ୍ତି ଏକ ଥଳି ମୋ ନିକଟରେ ରଖି ତୀର୍ଥଯାତ୍ରାରେ ଚାଲିଗଲେ । ସେ ଫେରିବାପରେ ତାଙ୍କର ସେହି ଥଳିଟି ମୁଁ ସେହିଭଳି ଫେରାଇ ଦେଇଥିଲି । ମୁଁ ଚାହିଁଥିଲେ ସେଥିରୁ କିଛି ରଖିପାରିଥାନ୍ତି କିମ୍ବା ସମ୍ପୂର୍ଣ୍ଣ ଥଳିଟି ରଖି ଫାଙ୍କି ଦେଇଥାନ୍ତି । କାରଣ ଏହାର କୌଣସି ସାକ୍ଷ୍ୟ ପ୍ରମାଣ ନଥିଲା ।’ ଦ୍ୱିତୀୟ ପୁତ୍ର କହିଲେ ନ୍ତପାଣିରେ ବୁଡ଼ିଯାଉଥିବା ଜଣେ ଲୋକଙ୍କୁ ମୁଁ ନିଜେ ବିପନ୍ନ ହୋଇ ଉଦ୍ଧାର କରିଥିଲି । ଏହା ନକରିଥିଲେ ସେ ଲୋକଟି ମରିଯାଇଥାନ୍ତା । ତୃତୀୟ ପୁତ୍ର କହିଲେ ନ୍ତଦିନେ ମୁଁ ଅନ୍ୟତ୍ର ଯାଉଥିବା ସମୟରେ ଦେଖିଲି ଜଣେ ବ୍ୟକ୍ତି ଏକ କ୍ଷୁଦ୍ର ପଥର ଚଟାଣ ଉପରେ ନିଘୋଡ଼ ନିଦରେ ଶୋଇଛନ୍ତି । ସେ ଏଭଳି ସଂକୀର୍ଣ୍ଣ ସ୍ଥାନରେ ଶୋଇଥାନ୍ତି ଯେ ଟିକେ କଡ଼ ଲେଉଟାଇଥିଲେ ନିମ୍ନସ୍ଥ ଗଭୀର ଗର୍ତ୍ତରେ ପଡ଼ିଯାଇଥାନ୍ତେ । ମୁଁ ତାଙ୍କୁ ଉଠାଇ ସଚେତନ କରାଇ ଦେଇଥିଲି ।’ ସବୁଶୁଣି ପିତା ଦୀର୍ଘଶ୍ୱାସ ପକାଇ କହିଲେ ମୋର ଏହାର ଦୁର୍ଭାଗ୍ୟ ଯେ ତୁମେ ତିନିଜଣଲୋକ ମୋର ଇଚ୍ଛାକୁ ସାକାର କରିପାରିନ । ତୁମେମାନେ ମୋତେ ଖୁବ୍ ସମ୍ମାନ ଦେଉଛା ହେଲେ ମୋର ଇଚ୍ଛା ମୁତାବକ ଯୋଗ୍ୟ ନୁହାଁ ମୁଁ ଭାବିଥିଲି ଯେହେତୁ ତୁମେମାନେ ଯୁବକ ତେଣୁ ଏଭଳି ଅନେକ କାମ କରିଥିବ ଯାହା ପରୋପକାର ନିମିତ୍ତ ଉଦ୍ଧିଷ୍ଟ । କାହାର ଜିନିଷ ନିଜେ ସମ୍ଭାଳିବା କ୍ଷେତ୍ରରେ ବିଶ୍ୱସନୀୟତା ଥାଏ, ବିପଦରେ ପଡ଼ିବାକୁ ଯାଉଥିବା ଲୋକକୁ ସଚେତନ କରାଇଦେବା ମାନବୀୟ କାର୍ଯ୍ୟ । ମୃତୁ୍ୟମୁଖରୁ ଜଣକୁ ଉଦ୍ଧାର କରିବା ଶ୍ରେଷ୍ଠତମ କାର୍ଯ୍ୟ । ହେଲେ ତୁମମାନଙ୍କ ପରୋପକାର ପରିସର ସୀମିତ ରହିଛି । ପୁଅମାନଙ୍କୁ ବୁଝାଇ କହିଲେ- ଦୀନଦୁଃଖୀଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିପାରିଲେ, ସେମାନଙ୍କ ଦୁଃଖ ଦୂରକରିବା ଦିଗରେ ଏକ ସମର୍ପିତ ମନନେଇ କାର୍ଯ୍ୟ କରିପାରିଲେ ତାହା ହିଁ ପରୋପକାରର ଶ୍ରେଷ୍ଠ ପରିଭାଷା ଭାବରେ ଗଣ୍ୟ ହୋଇଥାଏ । ନିଜର ଯାହା ଅଛି ସେଥିରୁ କିଛି ଦେଇ ଦୁଃଖୀର ଦୁଃଖ ଅପନୋଦନ କରିପାରିଲେ ଯେଉଁ ଦିବ୍ୟଆନନ୍ଦ ମିଳିଥାଏ ଅନ୍ୟ କୌଣସିଥିରେ ତାହା ମିଳିନଥାଏ ।

Comments (0)
Add Comment