ମକର ସଂକ୍ରାନ୍ତି

ହିନ୍ଦୁମାନଙ୍କ ପାଇର୍ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହେଉଥିବା ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହୁଏ । ଆଲୋକ ଏବଂ ଜୀବନର ଉସô ସୂର୍ଯ୍ୟଙ୍କୁ, ହିନ୍ଦୁମାନେ ପୂଜାର୍ଚ୍ଚନା କରନ୍ତି ।ସଂକ୍ରାନ୍ତି ଦିନ ଦେବାଦେବୀଙ୍କ ପାଖେ ହୋମ କରି ମାସଟି ଶୁଭରେ କଟିବ । ପାଇଁ ପ୍ରର୍ଥନା କରାଯିବା ସହ ଏହି ସଂକ୍ରାନ୍ତି ସମୟକୁ ଓଡ଼ିଶାରେ ଧାନ , ଆଖୁ ଇତ୍ୟାଦି ନୂଆ ଫସଲ ଅମଳ ସରିଯାଏ । ଅରୁଆ ଚାଉଳ , ନୂଆ ଗୁଡ , ଛେନା , କଦଳୀ , ଘିଅ, ଦୁଧ ଇତ୍ୟାଦି ଦେଇ ଏକ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବାଦେବୀଙ୍କ ପାଖେ ଭୋଗ ଅର୍ପଣ କରାଯାଏ । ‘ମକର ଚାଉଳ’ ଭାବେ ଜଣାଯାଉଥିବା ଏହି ଭୋଗର ବୈଶିଷ୍ଟ୍ୟ ହେଲା ଠାକୁରଙ୍କ ପାଖେ ଭୋଗ ସହ ପଡୋଣୀ ଲୋକଙ୍କୁ ଆନନ୍ଦରେ ବାଂଟିବା । କେତେକ ଅଂଚଳରେ ମକର ସଂକ୍ରାନ୍ତିରେ ବୁଡ ପକାଇବାରେ ମଧ୍ୟ ବିଧି ରହିଛି ।

Comments (0)
Add Comment