ମାତା ବୈତରଣୀ ଜନ୍ମୋତ୍ସବ ପାଳିତ

ଯାଜପୁର : ଯାଜପୁର ନଗର ଅନତି ଦୂରରେ ପବିତ୍ର ସିଦ୍ଧେଶ୍ୱର ପୀଠ । ବୈତରଣୀ ନଦୀ ଉତର ବାହିନୀ ଠାରେ ସ୍ୱାମୀ ଉଦୟାନନ୍ଦ ପର୍ବତ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାତା ବୈତରଣୀ ଜନ୍ମୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ ସାଧୁ ସନ୍ଥ, ଗୋନାଶିକା ପର୍ବତର ବୈତରଣୀ ଉତ୍ପତି ସ୍ଥଳରୁ ପୂଜାର୍ଚ୍ଚନା ସହ ମାତା ବୈତରଣୀ ପବିତ୍ର ଜଳକୁ ଅଣାଯାଇ ସିଦ୍ଧେଶ୍ୱରଙ୍କ ଠାରେ ପୁନଶ୍ଚ ପୂଜାର୍ଚ୍ଚନା ସହ ବୈତରଣୀ ନଦୀ ଜଳକୁ ଆଳତୀ ସହ ବନ୍ଦାପନା କରାଯାଇଥିଲା । ବନ୍ଦନା, ଶ୍ଳୋକପାଠ, ବେଦ ପାଠ, ଭଜନ କୀର୍ତନରେ ପବିତ୍ର ବୈତରଣୀ କୂଳ ଧର୍ମିୟ ପରିବେଶରେ ମୁଖରିତ ହୋଇଥିଲା । ଶତାଧିକ ଶ୍ରଦ୍ଧାଳୁ, ସାଧୁ ସନ୍ଥ, ସ୍ୱାମୀପର୍ବତ ମହାରାଜଙ୍କ ଅନୁଗାମୀ ଓ ଗ୍ରାମବାସୀ ଯୋଗଦେଇ ମାତା ବୈତରଣୀଙ୍କ ଶୁଭାଶିଷ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ ଗୋସେଇଁ, ବିଷ୍ଣୁ ଚରଣ ବାରିକ, କେନ୍ଦୁଝର ଭିମ ଚରଣ ରାଉତ, ରାମ ଚନ୍ଦ୍ର ମିଶ୍ର, ବାବାଜି କୁଞ୍ଜବିହାରୀ ଦାସ, ବାବାଜୀ ରାମଚନ୍ଦ୍ର ରାମାନୁଜ ଦାସ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment