ପ୍ରଥମେ ଭାଇ, ପରେ ବାପାଙ୍କୁ କରୋନାରେ ହରାଇଲେ ରାଜସ୍ଥାନ ରୟାଲ୍ସର ଏହି କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ୍‌ 2021 ସିଜିନରେ ରାଜସ୍ଥାନ ରୟାଲ୍ସରେ ଏଣ୍ଟ୍ରି କରିଥିବା ନୂଆ ଯୁବ ପ୍ରତିଭା ବା ଦ୍ରୁତ ବୋଲର ଚେତନ ସାକାରିୟାଙ୍କ ବାପା କରୋନାରେ ପ୍ରଣ ହରାଇଛନ୍ତି । ଗତ କିଛି ଦିନ ହେବ ଚେତନଙ୍କ ବାପା କାଞ୍ଚିବାଇ ସାକାରିୟା କରୋନାରେ ସଂକ୍ରମିତ ହୋଇଥିଲେ । ତେବେ ଗତ ସପ୍ତାହରେ ତାଙ୍କର ସ୍ବାସ୍ଥ୍ୟାବସ୍ତା ଅଧିକ ସୂଚନୀୟ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ ବହୁ ପ୍ରଚେଷ୍ଟା ପରେ ମଧ୍ୟ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି ।

ଆଇପିଲ୍‌ ଅକ୍ସନରେ ରାଜସ୍ଥାନ ରୟାଲ୍ସ ଚେତନ ସାକାରିୟାଙ୍କୁ 1.20 କୋଟି ଟଙ୍କାରେ କିଣିଥିଲା । ଆଇପିଏଲ୍‌ର ସ୍ଗିତାଦେଶ ପରେ ଚେତନ ତାଙ୍କ ଗୁରୁରାଟ ସ୍ଥିତ ତାଙ୍କ ନିଜ ଘରକୁ ଫେରିଯାଇଥିଲେ । ସେ ଆଇପିଏଲ୍‌ 2021ରେ ଉପାର୍ଜିତ ସମସ୍ତ ଅର୍ଥ ତାଙ୍କ ବାପାଙ୍କ ଚିକିତ୍ସାରେ ବିଯନିଯୋଗ କରିଦେଇଥିଲେ । ତଥାପି କରୋନାର କରାଳ କାୟାରୁ ସେ ତାଙ୍କ ବାପାଙ୍କୁ ବଞ୍ଚାଇ ପାରିନଥିଲେ । ଆଇପିଏଲ୍‌ ଲିଗ୍‌ ପୂର୍ବରୁ ଚେତନ୍‌ ଏକ ସାକ୍ଷାତକାର ରେ କହିଥିଲେ ଯେ, ଜାନୁଆରୀରେ ମୋ ସାନ ଭାଇ ରାହୁଲ୍‌ ଆତ୍ମହତ୍ୟା କରିଥିଲା । ମୁଁ ସେତେବେଳେ ଟି-20 ସୟଦ ସୁସ୍ତକ ଅଲି ଟ୍ରଫିରେ ଖେଳୁଥିଲି । ମୁଁ ଘରକୁ ଫେରିବା ପୂର୍ବରୁ ତାଙ୍‌କର ମୃ୍ତ୍ୟୁ ହୋଇଯାଇଥିଲା । ଟୁର୍ଣ୍ଣାମେଣ୍ଟ ଭିତରେ ଯେତେବେଳେ ମୁଁ ରାହୁଲ ସହ କଥା ହେବାକୁ ମୋ ଘର ଲୋକଙ୍କୁ କହିଲି, ସେମାନେ ମୋତେ ବାହାନା କରି ଏଡ଼ାଇ ଦେଉଥିଲେ । ଆଜି ମୁଁ ତାଙ୍କୁ ବହୁତ ମସ୍‌ କରୁଛି । ଯଦି ସେ ଆଜି ବଞ୍ଚିଥାନ୍ତେ, ତେବେ ସେ ମୋ ଅପେକ୍ଷା ବହୁତ ଖୁଯସସି ହୋଇଥା‘ନ୍ତେ ।

ଚଳିତ ଆଇପିଏଲ ସ୍ଥଗିତ ହେବା ସୁଦ୍ଧା ସାକାରିଆ ୭ଟି ୱିକେଟ୍ ନିଜ ନାଁରେ କରିନେଇଥିଲେ । ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା ଦଳର କ୍ରିକେଟର ବେଦା କ୍ରିଷ୍ଣାମୂର୍ତ୍ତୀ ନିଜ ଭଉଣୀ ବତସଲା ଓ ମା’ଙ୍କର କରୋନାରେ ଦେହାନ୍ତ ହୋଇଥିଲା । ଆଇପିଏଲ୍ ଚାଲିଥିବା ବେଳେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ସୋଶାଲ ମିଡିଆରେ ଚେତନ ସାକାରିଆଙ୍କ ଜୀବନର କିଛି ଦୁଃଖଦ ମୁହୂର୍ତ୍ତକୁ ଶେୟାର୍ କରିଥିଲେ । ଭାଇଙ୍କ ପରେ ସେ ସାକାରିଆ ନିଜ ବାପାଙ୍କୁ ମଧ୍ୟ ହରାଇଛନ୍ତି । ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ କରିସୂଚନା ଦେଇଛି । ରାଜସ୍ଥାନ ଟ୍ୱିଟ୍ କରିଛି ଯେ ଆମେ ଦୁଃଖିତ ଯେ ଶ୍ରୀ କାଞ୍ଜିବାଇ ସାକାରିଆ ଆଜି କୋଭିଡ୍‌-୧୯ ଲଢ଼େଇରେ ହାରି ଯାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ବର୍ତ୍ତମାନ ତାଙ୍କ ପରିବାର ସହ ଆମର ପୂରା ପ୍ରାର୍ଥନା ରହିଛି । ଆମେ ଚେତନଙ୍କ ସହ ସମ୍ପର୍କରେ ଅଛୁ । ତାଙ୍କର ଏଭଳି ଦୁଃଖଦ ଓ କଠିନ ସମୟରେ ତାଙ୍କ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବୁ ।

Comments (0)
Add Comment