ଅଂଶୁଘାତର ମୁକାବିଲା ପାଇଁ କାର୍ଯ୍ୟ କରନ୍ତୁ : ଜିଲ୍ଲାପାଳ

ଯାଜପୁର : ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ । ବ୍ୟାପକ ଜନ ସଚେତନତା ଓ ବିଭିନ୍ନ ବିଭାଗ ଏହାର ମୁକାବିଲାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ରୈାଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ ନିବାରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ରାଠୋର ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ମାନଙ୍କରେ ଅଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା, ସାମାଜିକ ଗଣମାଧ୍ୟମରେ ସଚେତନତା ବାର୍ତା ପ୍ରଦାନ କରିବା, ଲୋକମାନେ ଟାଣ ଖରାରେ ଅତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଚ୍ଥତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସଂପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଜଳଚ୍ଥତ୍ର ମାନଙ୍କରେ ରଖାଯାଇଥିବା ପାଣିକୁ ବିଶୁଦ୍ଧ ଭାବେ ରଖିବା ପାଇଁ ପରାମର୍ଶ ଦେବା ସହ ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଧଳା ରଙ୍ଗର ସିନ୍ଟେକ୍ସ ଟ୍ୟାଙ୍କ ମାଧ୍ୟମରେ ଟ୍ୟାପ ଲଗାଇ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିଦେ୍ର୍ଧଶକ ବିଶାଲ ସିଂହ ପାନୀୟ ଜଳର ଉସô ଗୁଡିକୁ ମରାମତି ସହିତ ଜଳ ସମସ୍ୟା ନ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ି୍ଳକ ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଉଚ୍ଥି ତାହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପନ୍ନ କରି ଲୋକଙ୍କୁ ସେବା ଯୋଗାଇବାକୁ ମତ ଦେଇଥିଲେ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଳ୍କ ପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ ଓ ପୈାର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତପôର ହେବା ସହ ଅଚଳ ନଳକୂପ ଓ ପାଇପ୍ ଲାଇନ୍ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା, ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଡ କରି ରଖିବା ସହ ଜଳ ସମସ୍ୟା ସମ୍ପର୍କିତ ଅଭିଯୋଗ ପୁସ୍ତିକାକୁ ପଂଚାୟତ ଓ ବ୍ଳ୍କ ସ୍ତରରେ ଉପଲବ୍ଧ କରାଇ ନିୟମିତ ଭାବେ ଯାଂଚ କରି ପଦକ୍ଷେପ ନେବା, ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ବିଗତ ବର୍ଷ ମାନଙ୍କ ଭଳି ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା, ଜିଲ୍ଲା ଜରୁରୀ ବିଭାଗ ତରପଂରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା, ବ୍ଳ୍କ, ତହସିଲ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ମାନେ ଅନୁରୂପ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବା. ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓ.ଆର୍.ଏସ୍. ପ୍ୟାକେଟ୍ ସହ ଅଂଶୁଘାତ ଚିକିତ୍ସା କକ୍ଷ ବ୍ୟବସ୍ଥା କରିବା, ବରପଂ, ଏସି ରୁମ୍, କୁଲର ବ୍ୟବସ୍ଥା ଇତ୍ୟାଦି କରିବା, ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପଶୁ ମାନଙ୍କ ପାଇଁ ଜଳ କୁଣ୍ଡର ବ୍ୟବସ୍ଥା କରିବା, ଶ୍ରମିକମାନେ ଦିନ ୧୧ ଟାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବା, କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟ ଜଳ, ଓ.ଆର.ଏସ୍., ଚ୍ଥାଇ ଇତ୍ୟାଦିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ସମୟରେ ବସ୍ ଚଳାଚଳ ବନ୍ଦ ରଖିବା, ବସ୍ରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ବରପଂ ଇତ୍ୟାଦି ବ୍ୟବସ୍ଥା କରିବା, ଶିକ୍ଷାନୁଷ୍ଠାନ ଗୁଡିକ ସରକାରୀ ଘୋଷଣା ଅନୁସାରେ ସକାଳୁଆ କ୍ଳ୍ାସ କରିବା ପାଇଁ ଜିଲ୍ଳ୍ାପାଳ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଳ୍ା ଜରୁରୀ ବିଭାଗର ହେଲ୍ପ ଲାଇନ ନମ୍ୱର ୧୦୭୭ ଓ ୦୬୭୨୮୨୨୨୬୪୮ କୁ ଊପଯୋଗ କରିବା ପାଇଁ ଜିଲ୍ଳ୍ାପାଳ ସଂପୃକ୍ତ ବିଭାଗ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

Comments (0)
Add Comment