ଅକ୍ଟୋବର ୧ରୁ ଖୋଲିବ ଭିତରକନିକା

ରାଜନଗର: କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲପସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଅକ୍ଟୋବର ୧ରୁ ଖୋଲିବ । ହେଲେ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି ।
କେବଳ ଡାଙ୍ଗମାଳରେ ରାତ୍ରିଯାପନ ପାଇଁ ବୁକିଂ କରିଥିବା ପର୍ଯ୍ୟଟକ ଭିତରକନିକା ପରିଭ୍ରମଣ କରିପାରିବେ ବୋଲି ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ୧୩ ତରିଖରୁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଏବେ ଏହା ଖୋଲିଥିଲେ ବି ଦିନରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଛି ।
ଏହାସହ ଗୁପ୍ତି ଓ ହାବାଳିଖଟିରେ ଥିବା କଟେଜ୍ ବୁକିଂ କରାଯିବନାହିଁ । ଅନ୍ଲାଇନ୍ରେ ଇକୋ ଟୁର୍ ଓଡ଼ିଶା ଡଟ୍ କମ୍ରେ ଡାଙ୍ଗମାଳରେ ରାତ୍ରିଯାପନ ପାଇଁ ରୁମ୍ ବୁକ୍ କରିଥିବା ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣ ସୁବିଧା ପାଇପାରିବେ । ଏହି ପର୍ଯ୍ୟଟକମାନେ ବୋଟିଂ କରିପାରିବେ । କୋଭିଡ ଗାଇଡ୍ଲାଇନ ଅନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ବୁକିଂ ନିୟମିତ କରା ନ ଯାଇ ମଝିରେ ମଝିରେ ଗ୍ୟାପ୍ ଦିଆଯିବ ବୋଲି ଡିଏଫ୍ଓ ଦାଶ ସୂଚନା ଦେଇଛନ୍ତି ।

Comments (0)
Add Comment