ବାଲିକୁଦା ; ବାଲିକୁଦା ତହସିଲ ଅଧୀନ ଓଷକଣା ପଂଚାୟତ ବଡକଣ ଗାଁରେ ଆଜି ଅଗ୍ନିକାଣ୍ଡ ଘଟି ୧୦ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ଝିଅ ବାହାଘର ପାଇଁ ଘରେ ଥିବା ଦେଢ଼ ଲକ୍ଷ ଟଙ୍କା, ସୁନା ଓ ରୂପା ଅଳଙ୍କାର ସମେତ ଘରର ସମସ୍ତ ଆସବାବ ପତ୍ର ଜଳିଗଲା । ଅଗ୍ନିକାଣ୍ଡରେ ଗାଁର ୬ ପରିବାର ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି । ବିଦୁ୍ୟତ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବାଲିକୁଦା ଅଗ୍ନିଶମ କେନ୍ଦ୍ରାଧିକାରୀ ପି.ଜଗନ୍ନାଥ ରାଓ ନିଜ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଆଜି ମଧ୍ୟାହ୍ଣରେ ଗାଁର ଆଦିକନ୍ଦ ସ୍ୱାଇଁଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗିଯାଇଥିଲା । ପରେ ବ୍ରହ୍ମାନନ୍ଦ ସ୍ୱାଇଁ, ସନାତନ ସ୍ୱାଇଁ, ତପନ ସ୍ୱାଇଁ, ବିପିନ ସ୍ୱାଇଁ ଓ ନେତ୍ରାନନ୍ଦ ସ୍ୱାଇଁଙ୍କ ଘରକୁ ବ୍ୟାପିଥିଲା ।