ବାଲିକୁଦା: ମାଛଗାଁ ପଞ୍ଚାୟତ ଓଚିନ୍ଦା ପାଇକ ସାହିର ଅଗ୍ନି ବିପନ୍ନ ପ୍ରମୋଦ ସେଠୀଙ୍କ ପରିବାଙ୍କୁ ଙ୍କୁ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ପର୍ଶୁରାମ ସେଠୀଙ୍କ ସମେତ ବିଜେଡି ପୂର୍ବତନ ପଞ୍ଚାୟତ ସଭାପତି ଗଗନ ଦାସ, ଯୁବ ସଂଗଠକ ପ୍ରଦୀପ ମୁଦୁଲି, ଶମ୍ଭୁନାଥ ପତି, ବିଜୟ ମିଶ୍ର, ସୟ ସ୍ୱାଇଁ, ୱାର୍ଡସଭ୍ୟ ନୃସିଂହ ବହିରା, ବରିଷ୍ଠ ବିଜେଡି କର୍ମୀ ଶତ୍ରୁଘନ ବିଶ୍ୱାଳ, ନୃସିଂହ ଶତପଥି, ଛାତ୍ର ସଂଗଠକ ଜଗବନ୍ଧୁ ସାହୁ, ବିଜୁ ଯୁବବାହିନୀ ସଭାପତି ଅଭିଜିତ୍ ମହାନ୍ତି, ପ୍ରକାଶ ବାହାଲିଆ, ନଗେନ୍ଦ୍ର ରଥ, ରବିନ୍ଦ୍ର ପତି, ଦିଲ୍ଲୀପ ମହାନ୍ତି, ଶରତ ପରିଡା, ନାରାୟଣ ସ୍ୱାଇଁ, ବାପୁନି ଦାସ, ଲିଟୁ ବିଶ୍ୱାଳ, ବାବୁଲି ସେଠୀ, ମାଛଗାଁ ବଜାର କମିଟି ବରିଷ୍ଠ ସଦସ୍ୟ ସୁଦର୍ଶନ ସାହୁ, ଟୁଟୁଆ ନାୟକ, ଜିତେନ୍ଦ୍ର ସ୍ୱାଇଁ, ସୁଦାମ ସ୍ୱାଇଁ, ଶିଶିର ସ୍ୱାଇଁ, ଚଇ ସ୍ୱାଇଁ, ଭାଗିରଥି ବିଶ୍ୱାଳ, ସାଗର ପତି ପ୍ରମୁଖ ବିପନ୍ନଙ୍କ ଘରେ ପହଞ୍ଚି ତାଙ୍କୁ ଚୁଡା ଚାଉଳ, ବିସ୍କୁଟ, ସପ, ତକିଆ, ବାଲ୍ତି, ବେଡସିଟ ଆଦି ପ୍ରଦାନ କରିଥିଲେ । ପ୍ରମୋଦଙ୍କ ସ୍ତ୍ରୀ ସଂଯୁକ୍ତା ସେଠୀ ଉପସ୍ଥିତ ଥିଲେ । ସୂଚନା ଥାଉକି ଗତ ୩ ତାରିଖ ସଂଧ୍ୟାରେ ବଜ୍ରାଘାତରେ ଶ୍ରୀ ସେଠୀଙ୍କ ଦୁଇ ବଖରା ଚାଳ ଛପର ଘର ସମେତ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଥିଲା । ଘରେ ଥିବା ବର୍ଷକର ଆହାର ସମେତ ଅନ୍ୟାନ୍ୟ ଜିନିଷ ପତ୍ର ଭସ୍ମିିଭୁତ ହୋଇଯାଇଛି । ସରକାରଙ୍କ ପକ୍ଷରୁ ବିପନ୍ନଙ୍କୁ କେବଳ ପଲିଥିନ ଖଣ୍ଡିଏ ଯୋଗାଇ ଦିଆ ଯାଇଛି ।