ଅଙ୍ଗନବାଡି ପକ୍ଷରୁ ପୋଷଣ ପକ୍ଷ ପାଳନ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ସଭାଗୃହରେ  ଶିଶୁ ସୁରକ୍ଷା ଅଧିକାରିଣୀ ମାନସୀ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଅପରାନ୍ହରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ ୧୪ ଗୋଟି ୱାର୍ଡରେ ଥିବା ଅଙ୍ଗନବାଡି କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆରୁ କିଭଳି  ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ ସେ ସମ୍ପର୍କରେ ଅଙ୍ଗନବାଡି କର୍ମୀ ଓ  ବିଭିନ୍ନ ୱାର୍ଡରୁ ଆସିଥିବା ମା ମାନଙ୍କୁ ଶିକ୍ଷା ଦିଆଯାଇଥିଲା । ଏଥିସହିତ ଗର୍ଭବତୀ ମା , ପ୍ରସୂତି ମା ଓ ଜନ୍ମ ଠାରୁ ୬ ବର୍ଷ ଯାଏ ବାଳିକା ଏବଂ କିଶୋରୀ ମାନେ କିଭଳି ଅପପୃଷ୍ଟିର ଶିକାର ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯିବା ସହିତ ମାଂଡ଼ିଆରୁ ତିଆରି କରାଯାଇଥିବା ଚକୁଳି , ପକୁଡି , ମାଲପୁଆ , ପୋଡ ପିଠା , ମାଣ୍ଡିଆ ଯାଉ ଓ ମାଣ୍ଡିଆ ଖିରି ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମା ମାନେ ଘରେ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହିତ ପରିବାରର ସମସ୍ତଙ୍କୁ ଖାଇବାକୁ ପରାମର୍ଶ ଦିଆଯାଇଛି ।

Comments (0)
Add Comment