ଅଧ୍ୟାପକ ଡ. ପଦ୍ମଲୋଚନ ରାଉତଙ୍କୁ “ବିଦୁଷ ଭାରତୀ ସମ୍ମାନ”

କାଲିମେଳା : ସ୍ଥାନୀୟ କାଲିମେଳା ଗୋପବନ୍ଧୁ ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପକ , ସୁସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡକ୍ଟର ପଦ୍ମଲୋଚନ ରାଉତଙ୍କୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ବିଶ୍ଵ ମାତୃଭାଷା ଦିବସ ପାଳନ ଅବସରରେ ଉତ୍କଳ ଭାରତୀ ବିଦୁଷ ସଭାର ଦ୍ୱିତୀୟ ବାର୍ଷିକ ଉତ୍ସବରେ ” ବିଦୁଷ ଭାରତୀ ସମ୍ମାନ -୨୦୨୫ ପ୍ରଦାନ କରାଯାଇଛି। ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦ ଓ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାମିଲ୍ ନାଡୁ ବୈଦିକ ବିଶ୍ଵବିଦ୍ୟାଳୟର କୁଳପତି ଡ ହରିହର କାନୁନଗୋ ଯୋଗଦେଇ ଡ ରାଉତଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା କବି କଣ୍ଡୁରି ଚରଣ ନାୟକ, ସଭାପତି ଜ୍ୟୋତିର୍ମୟ ଦାସ, ସମ୍ପାଦକ ଶଶଧର ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶ ଯୋଗ୍ୟ କି, ଡ. ରାଉତ ସାହିତ୍ୟ ଓ ଗବେଷଣା କ୍ଷେତ୍ରରେ ଉଲଲେଖନୀୟ ଅବଦାନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି । ଏଥିପାଇଁ ସେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଉପସ୍ଥିତ ଥିବା ଅତିଥି ଓ ସାହିତ୍ୟିକ ମାନଙ୍କୁ ଅଭିନନ୍ଦନ ସହ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments (0)
Add Comment