ଅନାଥ ଶିଶୁଙ୍କ ପାଇଁ ‘ଆର୍ଶୀବାଦ’ ଯୋଜନା

୍‍ ପିତା ମାତାଙ୍କୁ ହରାଇଥିଲେ ମାସିକ ମିଳିବ ୨୫୦୦ଟଙ୍କା
୍‍ ପିତା କିମ୍ବା ମାତାଙ୍କୁ ହରାଇଥିଲେ ୧୫୦୦ ଟଙ୍କା
୍‍ ଶିକ୍ଷା, ଦିକ୍ଷା ଭରଣପୋଷଣ ପାଇଁ ବହୁ ବ୍ୟବସ୍ଥା
୍‍ ୧୮ବର୍ଷ ବୟସ ପର୍ଯ୍ୟନ୍ତ ମିଳିବ ସହାୟତା
୍‍ ଏନ୍ଏଫ୍ଏସ୍ଏରେ ହେବେ ସାମିଲ
୍‍ ମିଳିବ ମାଗଣା ସ୍ୱାସ୍ଥ୍ୟ ସେବା
୍‍ ଆଦର୍ଶ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷା
୍‍ ସମ୍ପତିର ସୁରକ୍ଷା ପାଇଁ ବ୍ୟବସ୍ଥା
୍‍ ଜଣେ କିଏ ଅନାଥ ଯେପରି ବାଦ୍ ନପଡିବେ
ସୁନିଶ୍ଚିତ କରିବେ ଜିଲ୍ଲାପାଳ

ଭୁବନେଶ୍ୱର: ମହାମାରୀ କରୋନା ଦ୍ୱାରା ଅନାଥ ହୋଇଥିବା ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନୂତନ ‘ଆର୍ଶୀବାଦ୍’ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ଉଭୟ ପିତାମାତା କିମ୍ବା ପରିବାରର ମୁଖ୍ୟ ଉର୍ପାଜନକାରୀମା’ କିମ୍ବା ବାପାଙ୍କୁ ହରାଇଥିବା ପିଲାମାନେ ଉପକୃତ ହେବେ । ୨୦୨୦ ମସିହା ଏପ୍ରିଲ୍ ପହିଲା ବା ତା’ପରେ ଅନାଥ, ଅସହାୟ ହୋଇପଡିଥିବା ଶିଶୁମାନଙ୍କ ପାଇଁ ଏହି ଯୋଜନା ଲାଗୁ ହେବ । ସେମାନଙ୍କର ଶିକ୍ଷା, ଦିକ୍ଷା, ଭରଣ ପୋଷଣ ପାଇଁ ତଥା ଯତ୍ନ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ।

Comments (0)
Add Comment