ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮ଜଣ, ପାଲଲହଡା ବ୍ଲକ ଅଂଚଳରୁ ୭ ଜଣ ଓ ଜଣେ ବଅଁରପାଳ ବ୍ଲକ ଅଂଚଳର । ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ହେଇଛନ୍ତି ଗୋଟିଏ ଗ୍ରାମର । ସେମନଙ୍କ ମଧ୍ୟରେ ୩ଜଣ ମହିଳା ବୟସ ଯଥାକ୍ରମେ ୮୭, ୬୦ ଓ ୩୬ ହୋଇଥିବା ବେଳେ ୪ଜଣ ପୁରୁଷ ୬୫, ୪୨, ୫୮, ୪୨ ଓ ୪୨ ଅଟେ । ଏ ମାନେ ସମସ୍ତେ ଏସସିବି ମେଡିକାଲରୁ ଫେରିଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସି ପଜିଟିଭ ହୋଇଛନ୍ତି । ଏହି ବ୍ଲକରେ ୮ନଂ ଆକ୍ରାନ୍ତ ଜଣେ ମହିଳା ଯାହାଙ୍କ ବୟସ ୪୦ବର୍ଷ ଓ ସେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସିଥିଲେ । ପାଲଲହଡା ବ୍ଳକ ଅଂଚଳରୁ ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣ ପୁରୁଷ ଯାହାଙ୍କ ବୟଷ ୨୦, ୩୫, ୫୯ ଓ ୭୨ ବର୍ଷ ହୋଇଥିବା ବେଳେ ୩ଜଣ ମହିଳାଙ୍କର ବୟସ ଯଥାକ୍ରମେ ୨୬, ୩୩ ଓ ୫୨ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୨୦ ବର୍ଷିୟ ପୁରୁଷ ଜଣଙ୍କ ତାମିଲନାଡୁରୁ ଫେରି ପାଲଲହଡା ବ୍ଲକ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିଲେ । ୩୫ ବର୍ଷିୟ ପୁରୁଷ ଜଣଙ୍କ ଏକ ସରକାରୀ କର୍ମଚାରୀ ଯିଏକି ବ୍ଲକ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରର ଦାୟୀତ୍ୱରେ ଥିଲେ । ଅନ୍ୟ ସମସ୍ତ ୫ଜଣ ଆକ୍ରାନ୍ତ ଗୋଟିଏ ପରିବାରର ଯୋଉଁମାନେକି ତାଙ୍କ ପରିବାରର ପୂର୍ବରୁ ଆକ୍ରନ୍ତେ ହୋଇଥିବା ଜଣେ ସଦସ୍ୟଙ୍କ ସଂସ୍ପର୍ସରେ ଆସିଥିଲେ । ଏହି ୧୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ରେ ପହଂଚିଲା । ଇତି ମଧ୍ୟରେ ୨୨ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଂଟରକୁ ନିରିକ୍ଷଣ ନିମନ୍ତେ ଯାଇଛନ୍ତି । ପୁର୍ବରୁ ସୁସ୍ଥହୋଇଥିବା ୧୭୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୧୯୩ରେ ପହଂଚିଲା ।