ଅନୁଗୋଳରେ ପଜିଟିଭ ସଂଖ୍ୟା ୨୪୫

ଅନୁଗୋଳ: ଅଜି ଅନୁଗୋଳ ଜିଲ୍ଲାରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବଅଁରପାଳ ବ୍ଲକ ସ୍ଥିତ ଏକ ଶିଳ୍ପାଞ୍ଚଳରୁ ୫ଜଣ, ଅନୁଗୋଳ ବ୍ଳକ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳ ଶିଳ୍ପାଞ୍ଚଳରୁ ବାହାରିଥିବା ଆକ୍ରାନ୍ତଙ୍କମଧ୍ୟରୁ ୪ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ପୁରୁଷମାନଙ୍କ ବୟଷ ଯଥା କ୍ରମେ ୫୬, ୪୪, ୬୭ ଓ ୫୭ ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟଷ ୪୭ ବର୍ଷ ଏବଂ ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ । ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆଜି ଆଂଟିଯେନ ଟେଷ୍ଟ କରାଯାଇ ଅନୁଗୋଳ ପୋରାଞ୍ଚଳରେ ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ ମହିଳା ଓ ୪ଜଣ ପୁରୁଷ ଅଛନ୍ତି । ସେମାନଙ୍କ ବୟଷ ଯଥାକ୍ରମେ ୫୫, ୪୨, ୪୨, ୪୫ ଓ ମହିଳାଙ୍କ ବୟଷ ୪୮ ଅଟେ ।ସେହିପରି ଅନୁଗେଗାଳ ଅଞ୍ଚଳରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଜଣେ ୪୦ ବର୍ଷିୟ ମହିଳା ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଓ ଅନ୍ୟ ଜଣେ ୩୧ ବର୍ଷିୟ ପୁରୁଷ ।ଏହି ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆକ୍ରାନ୍ତ ଜିଂହ୍ନଟ ହୋଇଥିବା ଅଞ୍ଚଳକୁ ବିଶୋଧନ କରିବା ସହ କଂଟାକ୍ଟ ଟ୍ରେସିଂ କାର୍ଯ୍ୟ ଚାଲୁ ରହିଛ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକା୍ରନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଲା । ଇତି ମଧ୍ୟେ ୯ଜଣ ସୁସ୍ଥ ହୋଇ କୋଭିଡ କେୟାର କେନ୍ଦ୍ରକୁ ନିରିକ୍ଷଣ ନିମନ୍ତେ ଜାଇଛନ୍ତି । ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଲା ।

Comments (0)
Add Comment