ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଲା । ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଞ୍ଚଳରୁ ସର୍ମାଧିକ ୫ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହେଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ପୁରୁଷଙ୍କ ବୟଷ ଯଥାକ୍ରମେ ୨୪, ୪୫, ୫୨ ବର୍ଷ ଅଟେ । ଏହି ୩ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସି ପଜିଟିଭ ହୋଇଥିବା ଯଣାପଡିଛି । ଏହି ବ୍ଲକ ଅଞ୍ଚଳର ଜଣେ ୨୦ ବର୍ଷୟ ପୁରୁଷ ତାଙ୍କ ପରିବାରର ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟଙ୍କ ସଂମ୍ପର୍ସରେ ଆସି ପଜିଟିଭ ହୋଇଛନ୍ତି । ଅନ୍ୟଜଣେ ଆକ୍ରାନ୍ତ ଏହି ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିବା ଜଣେ ୩୫ ବର୍ଷୀୟ ଉତରପ୍ରଦେଶ ଫେରନ୍ତା ପୁରୁଷ ଯିଏକି ସଂଗରୋଧରେ ଥିବା ବେଳେ ତାଙ୍କର ପଜିଟିଭ ବାହାରିଛି । ସେହିପରି ଅନୁଗୋଳ ପୌରାଞ୍ଚଳରୁ ଜଣେ ୫୫ ବର୍ଷିୟ ଲକ୍ଷଣଯୁକ୍ତ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସିଥିବାରୁ ପଜିଟିଭ ଜଣା ପଡିଛି । ଏହି ୬ଜଣ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ସୁସ୍ଥହୋଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ୨ଜଣଙ୍କୁ ବଅଁରପାଳ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର କୋଭିଡ କେୟାର ସେଂଟରକୁ ନିରିକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥହୋଇଥିବା ୨୨୬ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୩୧ରେ ପହଞ୍ଚିଲା ।