ଅନୁଗୋଳରେ ବଢୁଛି କରୋନା ସଂକ୍ରମଣ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଲା । ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ଗୋଟିଏ ଗ୍ରାମରୁ କେବଳ ୧୧ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳର ଗୋଟିଏ ଗ୍ରାମରୁ ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ପୁରୁଷ ଓ ୪ଜଣ ମହିଳା ଅଟନ୍ତି । ୭ଜଣ ପୁରୁଷଙ୍କ ବୟଷ ଯଥାକ୍ରମେ ୭୫, ୭୪, ୫୦, ୪୦, ୨୨, ୨୦ ଓ ୧୨ ହୋଇଥିବା ବେଳେ ୪ଜଣ ମହିଳାଙ୍କ ବୟସ ଯଥାକ୍ରମେ ୭୦, ୬୫, ୪୫ ଓ ୪୦ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୧୦ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଜଣେ ଅନ୍ୟ ଏକ ପରିବାରର ଯେଉଁମାନେ କି ପୂର୍ବରୁ ତାଙ୍କ ପରିବାରରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ସରେ ଆସିଥିଲେ । ସେହିପରି ତାଳଚେର ବ୍ଲକରୁ ଆକ୍ରାନ୍ତ ହୋଇଥିବା ୨ଜଣଙ୍କ ମଧ୍ୟରେ ଜଣେ ୪୮ବର୍ଷିୟ ପୁରୁଷ ଓ ୪୪ ବର୍ଷିୟ ମହିଳା (ସ୍ୱାମୀ ଓ ସ୍ତ୍ରୀ) ଅଟନ୍ତି । ମହିଳା ଜଣଙ୍କ ସରକାରୀ କର୍ମଚାରୀ ଭାବେ ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଦାୟୀତ୍ୱ ନିର୍ବାହ କରୁଥିଲେ । ଏହି ୧୩ ଜଣ ଆକ୍ରାନ୍ତଙ୍କୁ ଆଜି ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମେ ନ୍ତ ସ୍ଥାନାନ୍ତରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ପଜିଟିଭ ବାହାରିଥିବା ଅଞ୍ଚଳକୁ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ଅଗ୍ନିଶମ ଅଧବକାରୀଙ୍କ ଦ୍ୱାରା ବିଶୋଧନ କରିବା ସହ କଂଟାକ୍ଟ ଟ୍ରେସିଂ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଇତି ମଧ୍ୟରେ ୯ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଂଟରକୁ ନିରିକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥହୋଇଥିବା ୨୦୭ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୧୬ରେ ପହଞ୍ଚିଲା ।

Comments (0)
Add Comment