ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୨ଜଣ କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ସର୍ବାଧିକ ୫ଜଣ, ଅନୁଗୋଳ ବୌରାଞ୍ଚଳରୁ ୩ଜଣ, ଅନୁଗୋଳ ବ୍ଲକ, କଣିହା ଶିଳ୍ପାଞ୍ଚଳ, ତାଳଚେର ବ୍ଲକ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଠମଲ୍ଲିକ ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୨୭, ୨୪, ୨୦, ୩୦ ଓ୨୦ ବର୍ଷ ବୟସ୍କ ୫ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ବାଙ୍ଗାଲୋର ଫେରନ୍ତା ହେଇିଥିବା ବେଳେ ଜଣେ ଗୁଜୁରାଟରୁ ଫେରି ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିଲେ । ଅନୁଗୋଳ ପୌରାଞ୍ଚଳରୁ ଆଜି ୩ଜଣ ପୁରୁଷ ସ୍ଥାନୀୟ ସଂକ୍ରମଣର ସିକାର ଯାହାଙ୍କର ବୟଷ ୨୨, ୩୨ ଓ ୪୯ ଅଟେ । ଅନୁଗୋଳ ବ୍ଳକ ଅଞ୍ଚଳରେ ଜଣେ ୨୮ ବର୍ଷୀୟ ବ୍ୟକ୍ତି କଲିକତା ଫେରନ୍ତା । କଣିହାଁ ଶିଳ୍ପଞ୍ଚଳରୁ ୩୧ ବଷୀୟ ବ୍ୟକ୍ତି ସ୍ଥନୀୟ ସଂକ୍ରମିତ । ତାଳଚେର ବ୍ଳକ ଅଞ୍ଚଳର ୪୪ମହିଳା ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ ବାହାରିଛି । ସେହିପରି ତାଳଚେର ପୌରାଞ୍ଚଳର ଏକ ୪୦ ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ୧୨ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥିନାନ୍ତରଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୧୨ଜଣ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୬ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଂଟରକୁ ନିରିକ୍ଷଣ ନିମନ୍ତେ ଯାଇଛନ୍ତି । ପ୍ରକାଶଥାଉକି ପୂର୍ବରୁ ଜିଲ୍ଲାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ୧୦୯ ଜଣ ଓ ବାହାର ହସପିଟାଲରେ ୯ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଆଜି ୬ଜଣଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨୪ରେ ପହଞ୍ଚିଛି ।