ଅନୁଗୋଳ ଜିଲ୍ଲାରୁ ୧୦ଜଣ କରୋନା ପଜିଟିଭ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୩୯୫

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୦ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୯୫ରେ ପହଂଚିଲା । ୧୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଂଚଳରୁ ୫ଜଣ, ଛେଣ୍ଡିପଦା ବ୍ଲକ ଅଂଚଳରୁ ୨ଜଣ ଓ କଣିହାଁ ବ୍ଲକ ଅଂଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଂଚଳର ଏକ ଶିଳ୍ପ ସଂସ୍ଥାରୁ ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦, ୩୩, ୩୭ ଓ ୬୩ବର୍ଷ ହୋଇଥିବା ବେଳଳେ ଜଣେ ମହିଳାଙ୍କ ବୟସ ୨୫ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ ୩୭ ବର୍ଷିୟ ପୁରୁଷ ଓ ୨୫ ବର୍ଷିୟ ମହିଳା ପଶ୍ଚିମବଙ୍ଗରୁ ଫେରି ହୋମକ୍ୱାରେନଟାଇନରେ ଥିଲେ । ୩୦, ୩୩ ଓ ୬୩ ବର୍ଷିୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ସରେ ଆସି ପଜିଟିଭ ହୋଇଥିବା ଯଣାପଡିଛି । ଛେଣ୍ଡିପଦା ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୫ ବର୍ଷିୟ ପୁରୁଷ କେଉଁଝରରୁ ଫେରିଥିବା ବେଳେ ଅନ୍ୟଜଣେ ୭୫ ବର୍ଷିୟ ପୁରୁଷ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରେ ଆସୋଲେସନରେ ଅଛନ୍ତି ।
ସେହିପରି କଣିହାଁ ବ୍ଲକ ଅଂଚଳର ଏକ ଶିଳ୍ପାଂଚଳର ୩ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ବୟସ ଯଥାକ୍ରମେ ୩୨ ଓ ୨୯ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୨୬ବର୍ଷ ଅଟେ । ଏମାନେ ସମସ୍ତେ ତେଲେଙ୍ଗାନାରୁ ଫେରି ହୋମକ୍ୱାରେନଟାଇନରେ ଥବବା ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୯ଜଣ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୬ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଂଟରକୁ ନିରିକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥହୋଇଥିବା ୨୬୧ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୬୭ରେ ପହଂଚିଲା ।

Comments (0)
Add Comment