ଅନୁଗୋଳ ଜିଳ୍ଲାରୁ ୧୧ କରୋନା ପଜିଟିଭ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ପଜିଟିଭ ସଂଖ୍ୟା ୬୪୯ରେ ପହଞ୍ଚିଲା । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୮ଜଣ, ତାଳଚେର ପୌରାଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକ ଅଞ୍ଚଳରୁ ଚିହ୍ନଟ ୮ଜଣଙ୍କ ମଧ୍ୟରେ ଏକ ଶିଳ୍ପ ସଂସ୍ଥା ଅଞ୍ଚଳରୁ ୭ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୧, ୨୧, ୨୪, ୨୭, ୩୩, ୩୮,୪୩ ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି । ସେହିପରି ବଅଁରପାଳ ବ୍ଲକ ଅଞ୍ଚଳରୁ ୩୧ବର୍ଷ ବୟସ୍କ ପରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତିି । ତାଳଚେର ପୌରାଞ୍ଚଳରୁ ଚିହ୍ନଟ ୩ଜଣଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କ ବୟସ ୧୯ ଏବଂ ୩୨ ହୋଇଥିବା ବେଳେ ଶିଶୁ ପୁତ୍ରର ବୟସ ୬ବର୍ଷ ଅଟେ । ଏମାନେ ମଧ୍ୟ ଅନ୍ୟ ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ବେଳେ ଲକ୍ଷଣ ବିହିନ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଶୋଲେସନରେ ରହିବାୁ ପରାମର୍ଶ ଦିଆଯାିଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ସୁସ୍ଥ ହୋଇଥିବା ୩ଜଣଙ୍କୁ ଆଇଶୋଲେସନରେ ରହିବାକୁ ପରାମର୍ଶର୍ ଦିଆଯାଇଛି । ପୂର୍ବରୁ ସୁସ୍ଥ୍ ହୋଇଥିବା ୪୨୫ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୨୮ରେ ପହଞ୍ଚିଲା ।

Comments (0)
Add Comment