ଅନ୍ଲାଇନ ଶିକ୍ଷାର ନେଟ୍ୱର୍କ ଲାଗି ଏକମାତ୍ର ପାଣିଟାଙ୍କି ସାହାରା

ରଣପୁରଗଡ଼: କୋଭିଡ କଟକଣା ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ଅନ୍ଲାଇନରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନଲାଇନରେ ପଢ଼ିବା ପାଇଁ ମୋବାଇଲ୍୍ରେ ନେଟ୍ୱର୍କ ସଂଯୋଗ ହେବା ନିହାତି ଆବଶ୍ୟକ । ଓଡ଼ିଶା ରାଜ୍ୟର ଅନେକ ସ୍ଥାନ ରହିଛି । ଯେଉଁଠାରେ କି ଭିତିମୂିର ଅଭାବ ରହିଛି । ସେହି ସ୍ଥାନଗୁଡ଼ିକରେ ମୋବାଇଲ୍ରେ ନେଟ୍ୱାର୍କ ଆସୁନାହିଁ । ସେହି ସ୍ଥାନଗୁଡ଼ିକରେ ଅନ୍ଲାଇନରେ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀ କିଏ ଗଛ ଉପରେ ଚଢ଼ୁଛି ତ ଆଉ କିଏ ପାଣିଟାଙ୍କି ଉପରେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛି । ମୋବାଇ ନେଟ୍ୱର୍କ ନ ଥିବା ଗ୍ରାମ ପଂଚାୟତ ଅବସ୍ଥିତ । ଏହି ପଂଚାୟତ ରଣପୁର ବ୍ଲକରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛୁଆ ଅଂଚଳ ଭାବେ ପରିଚିତ । ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରିଥାନ୍ତି । କେତେବେଳେ ହାତୀ ହାବୁଡରେ ତ ଆଉ କେତେକବେଳ ବାଘ ଓ ବିଷଧର ସରୀସୃପଙ୍କ ହାବୁଡରେ ପଡିଥାନ୍ତି । ପଂଚାୟତ ସାରା ଇଂଟରନେଟ ସେବା ଭଲରେ ଆସୁ ନ ଥିବା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଗଛ ଉପରେ ଚଚ୍ଚି ଅନ୍ଲାଇନ୍ରେ ପାଠ ପଢ଼ିଥାନ୍ତି । ଆଉ କେତେକ ଛାତ୍ରଛାତ୍ରୀ ଶଙ୍ଖଯୋଡିଠାରେ ଥିବା ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ମୋବାଇଲ ଯୋଗେ ପାଠ ପଢ଼ିଥାନ୍ତି । ଇଂଟରନେଟ ସିଗନାଲ ପାଇଁ ବିପଦ ସଙ୍କୁଳ ଭାବେ ପାଣିଟାଙ୍କି ଉପରେ ଏମିତି ବସୁଛନ୍ତି ଯେ ସେଠାରୁ ଖସି ପଡି କେତେବେଳେ ଜୀବନ ଚାଲି ନ ଯିବ ସେ କଥାା କିଏ କହିବ । ଛାତ୍ରଛାତ୍ରୀ ବନ୍ଧମୁଣ୍ଡା ଗ୍ରାମ ପଂଚାୟତରେ ମୋବାଇ ଟାୱାର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରୁଥିବା ଜଣାପଡ଼ିଛି ।
ଏ ସମ୍ପର୍କରେ ମୋବାଇଲ୍ ଟାୱାର ନିର୍ମାଣ ଦାୟିତ୍ୱରେ ଥିବା ଭାରତ ଦୂର ସଂଚାର ଏସ୍.ଡି. ଓ ପ୍ରଭାତ କୁମାର ସାହୁ ଯେ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ବନ୍ଧମଣ୍ଡା ଗ୍ରାମ ପଂଚାୟତରେ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ।
ନିର୍ମାଣ ପାଇଁ ସର୍ଭେ ଚାଲିଛି । କିନ୍ତୁ ଭାରତ ଦୂର ସଂଚାର ବିଭଗା ଆର୍ଥିକ ନିଅଂଟରେ ଥିବାରୁ ସମ୍ଭବପର ହୋଇପାରୁ ନାହିଁ । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଅର୍ଥ ବାଧକ ସାଜିବନି ମୁଁ ବିଧାନସଭାରେ ପ୍ରଶ୍ନ ଉଠାଇ ପ୍ରସ୍ତାବ ଦେଇଛି । ତେଣୁ ବନ୍ଧମୁଣ୍ଡାରେ ନିଶ୍ଚିତ ମୋବାଇଲ ଟାୱାର ନିର୍ମାଣ ହେବ । ବିଳମ୍ବିତ ପ୍ରକ୍ରିୟାକୁ ଲକ୍ଷ୍ୟ ରଖି ଘରୋଇ ସଂଚାର କମ୍ପାନୀ ବନ୍ଧମୁଣ୍ଡାରେ ମୋବାଇଲ ଟାୱାର ନିର୍ମାଣ କରିବା ପାଇଁ ପଂଚାୟତବାସୀ ଅନୁରୋଧ କରିଚନ୍ତି ।

Comments (0)
Add Comment