ଅଫିମ ଚାଷ କରୁଥୁବା ୪ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

ଯୋଡା : ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ ହାଟିଂ ସୁନାନଦୀ ଅବବାହିକାରେ ଥିବା ଏକ ପରିତ୍ୟକ୍ତ ଦୁର୍ଗମ ବନାଞ୍ଚଳରେ ପ୍ରାୟ ୨ ଏକର ପରିମିତ ଜମିରେ କରାଯାଇଥିବା ଅଫିମ ଚାଷ ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଭୂୟାଁ ରୋଇଡ଼ା ଗ୍ରାମ ପଞ୍ଚାୟତ କ୍ୟାମ୍ପ ହଟିଂ ର ବିଜୟ ପୂର୍ତ୍ତି, ବୋଙ୍ଗ ମୁଣ୍ଡା,ଜଙ୍ଗଲ। ପ।ହ।ନ ଓ ଡିଡୁ ସୟ । ରୁଗୁଡ଼ି ଥାନା କେସ ନଂ ୧୭/୨୬ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ରୁଗୁଡି ଥାନା ଅଧିକାରୀ ସମ୍ପଦ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଙ୍କ ନାମରେ ଯୋଡା ଥାନାରେ ମଧ୍ୟ ଏକାଧିକ ମାମଲା ରହିଥିବା ସୂଚନା ରହିଛି ।ସୂଚନାଯୋଗ୍ୟ କି,ଜାନୁଆରୀ ୨୯ ତାରିଖରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ବିଶ୍ଵସ୍ତ ସୂତ୍ରରୁ ଏହି ଅଫିମ ଚାଷ ସମ୍ପର୍କରେ ଖବର ପାଇବା ପରେ ତାଙ୍କ ନିର୍ଦ୍ଦେଶ ରେ ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନ।ଥ ପିଙ୍ଗୁଆ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରାଯାଇ ସକାଳ ସମୟର ଚଢାଉ କରାଯାଇଥିଲା । ଏଥିରେ ବଡବିଲ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର କର ଓ ଜୋନସୋନ କିଣ୍ଡୁ ମାଜିଷ୍ଟ୍ରେଟ ଡୁ୍ୟଟିରେ ଏହି ଚଢାଉରେ ସାମିଲ ଥିଲେ । ପ୍ରାୟ ୨ ଏକର ପରିମିତ ଜମିରେ ପ୍ରାୟ ୨୦୦୦ ଅଫିମ ଗଛର ଫୁଲ ଏବଂ ସମ୍ପୂର୍ଣ୍ଣ ଗଛକୁ ପୋଲିସ ଫୋର୍ସ ବଡବିଲ ଆଇଆଇସି ଅଶୋକ କୁମାର ନାୟକଙ୍କ ନିଦେ୍ର୍ଦଶରେ ମୂଳତତ୍ପାଟନ କରି ନଷ୍ଟ କରି ଦେଇଥିଲେ ।ତେବେ ପୋଲିସ ଏକ ପେଟ୍ରୋଲ ଚ।ଳିତ ମୋଟର ପମ୍ପ କୁ ଜବତ କରିଛି ।ଏହି ମୋଟର ପମ୍ପ ସାହାଯ୍ୟରୁ ଅଭିଯୁକ୍ତ ମାନେ ନିକଟରୁ ପାଣି ଆଣି ଅଫିମ କ୍ଷେତ ରେ ପାଣି ଯୋଗା।ଉ ଥିଲେ ବୋଲି ପୋଲିସ ସୂଚନା ଦେଇଛି ।ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଂଗୁଆ କହିଛନ୍ତି ।

Comments (0)
Add Comment