ଅବରୋଧ ଗତିପଥ,ବାଟବଣା ହାତୀ

ଯୋଡା : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ କାହ୍ନୁ ପୁର ଜଙ୍ଗଲରେ ହାତୀ ପଲଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲ। । ଗ୍ରାମବାସୀଙ୍କ କହିବା ଅନୁଯାୟୀ,ସୋମବାର ରାତିରେ ଚମ୍ପୁଆ ରେଞ୍ଜ ମିରିଗଶିଙ୍ଗ। ଅଞ୍ଚଳରୁ ବୈତରଣୀ ନଦୀ ପାରି କରି  ୧୧ ଟିକିଆ ହାତୀପଲ ଆସିଥିଲେ । ସକାଳ ସମୟ ହେବାରୁ ଏବଂ ଗ୍ରାମବାସୀ ମାନେ ମଧ୍ୟ ଚତୁର୍ପ।ର୍ଶ୍ୱ କୁ ଘେରି ରହିଥିବାରୁ ହାତୀପଲ କୁଆଡେ ଯାଇ ନ ପାରି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ହିଁ ରହି ଯାଇଥିଲେ । ଏହି ହାତୀ ପଲଙ୍କୁ ଦେଖିବାକୁ ଗ୍ରାମବାସୀଙ୍କ ସମେତ ନିକଟରେ ଥିବା ବହୁ ଲୋକଙ୍କ ସୁଅ ଛୁଟିଥିଲା । ବନ କର୍ମଚାରୀ ଓ ସ୍କ୍ୱାର୍ଡଙ୍କ କୌଣସି ନିର୍ଦ୍ଦେଶକୁ ନ ମାନି ଲୋକେ ହାତୀ ପଲଙ୍କ ନିକଟକୁ ଚାଲିଯାଇଥିଲେ । ଏହି ହାତୀ ପଲ୍ କୁଆଡେ ଯାଇ ପାରୁ ନ ଥିବାରୁ ଖାଦ୍ୟ ଅନ୍ୱେଷଣରେ ନଦୀ କୂଳରେ ହୋଇଥିବା ପରିବା ଚାଷକୁ ଖାଇବା ସହିତ ନଷ୍ଟ କରିଦେଉଥିବା ଗ୍ରାମବାସୀ କହିଛନ୍ତି । ଚତୁର୍ପ।ର୍ଶ୍ୱରେ ଜଙ୍ଗଲ ଓ ମଝିରେ ଉକ୍ତ ଗାଁ  ରହିଥିବାରୁ ଅନେକ ସମୟରେ ହାତୀପଲ ଉକ୍ତ ଗ୍ରାମରେ ପଶି ଉପଦ୍ରବ କରୁ ଥିବାରୁ  ବନ ବିଭାଗ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ୨୮ନଂ ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁଧର କୁଦାଦ। ଗଣମାଧ୍ୟମ ଆଗରେ ଦାବି କରିଛନ୍ତି । ସୂଚନାଯୋଗ୍ୟ,ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିଲା । ବନ ବିଭାଗ ପକ୍ଷରୁ ହାତୀ ଶାବକର ବ୍ୟବଚ୍ଛେଦ ପରେ ସନ୍ଧ୍ୟା ସମୟରେ  ଶାବକକୁ ଜନ୍ମ ଦେଇଥିବା ମାଈ ହାତୀ କିଛି ସମୟ ପୋତା ଯାଇଥିବା ସ୍ଥାନରେ ଘୁରି ବୁଲିବ। ପରେ ୧୨ଟିକିଆ ହାତୀ ପଲ ବୈତରଣୀ ନଦୀ ପାରି କରି ବାଲି ବନ୍ଧ ସେକ୍ସନକୁ ଚାଲି  ଯାଇଥିବା ଯୋଡା ବନ ପାଳ ତ୍ରିନାଥ ଜେନା ସୂଚନା ଦେଇଛନ୍ତି ।

Comments (0)
Add Comment