ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ଭିନ୍ନ ପ୍ରୟାସ

* ସେନାରେ ନିଯୁକ୍ତି ପାଇଁ ମାଗଣାରେ ତାଲିମ * ପୁଲିସରେ ନିଯୁକ୍ତି ପାଇଲେ ୪ଯୁବକ 

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ମହାନତା  ଦେଖିବାକୁ ମିଳିଛି | ନିଜସ୍ୱ ପ୍ରଚେଷ୍ଟାରେ କିଛି ଯୁବକଙ୍କୁ ତାଲିମ ପ୍ରଦାନ କରି ସେଥିମଧ୍ୟରୁ ୪ଜଣ ପୁଲିସ ନିଯୁକ୍ତି ପାଇବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି l  ସୂଚନା ଅନୁଯାୟୀ ସ୍ଥାନୀୟ ବ୍ଲକର ଅବସର ପ୍ରାପ୍ତ ସେନା କର୍ମଚାରୀ ମନୋହର ଦଣ୍ଡସେନା ଏବଂ ସୁଜିତ ହାଲଦାର ଗତ କିଛି ଦିନ ପୂର୍ବେ ନିଜ ନିଜର ସ୍ବାସ୍ଥ୍ୟ ନିମନ୍ତେ ସକାଳୁ ସ୍ଥାନୀୟ ମିନୀ ଷ୍ଟାଡିଅମକୁ ଯାଇ କସରତ କରୁଥିଲେ | ସେହି ସମୟରେ ଆଉ କିଛି ଯୁବକ ପୁଲିସ ଚାକିରି ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ସେଠାକୁ ଯାଇ ଦୌଡ଼ ଓ ବ୍ୟାୟାମ କରୁଥିଲେ | ପରେ ସେମାନଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇ ଦୁଇ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ସହଯୋଗ ମାଗିଥିଲେ l ଏଥିରେ ଖୁସୀ ହୋଇ ମନୋହର ଦଣ୍ଡସେନା ଓ ସୁଜିତ ହାଲଦାର ଦୁହେଁ ଫିଜିକାଲ ଏକାଡେମୀ ନାମରେ ଫିଟନେସ୍‌ କ୍ଲାସ ଆରମ୍ଭ କରି ମାଗଣାରେ ପ୍ରାୟ ୮ ରୁ ୧୦ ଯୁବକଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ | ଅପରପକ୍ଷରେ ଗତ ନିକଟରେ ପ୍ରକାଶ ପାଇଥିବା ପୁଲିସ ଚାକିରିରେ ସ୍ଥାନୀୟ ଫିଜିକାଲ ଏକାଡେମୀରୁ ୪ ଜଣ ନିଯୁକ୍ତି ପାଇଥିବା ଜଣାପଡିଛି | ଏହିି ୪ଜଣଙ୍କ ମଧ୍ୟରୁ ରାଇଘର ମୁଖ୍ୟ ଦପ୍ତରରୁ ସୁଜିତ ହରିଜନ , କୁମୁଲି ଗ୍ରାମରୁ ମୋନିରାମ ଗଣ୍ଡ , ପରଚିପାରା ଗ୍ରାମରୁ  କୁନ୍ଦନ ଗଣ୍ଡ ଓ ବାହାଲୁ ଗଣ୍ଡ ବୋଲି ଜଣାପଡ଼ିବା ପରେ ଉଭୟ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ନିକଟରେ ପ୍ରଶଂସାର ସୁଅ ଛୁଟିଛି l ନିଜସ୍ୱ ପ୍ରଚେଷ୍ଟାରେ ଯୁବକ ମାନଙ୍କୁ ତାଲିମ ପ୍ରଦାନ କରି ଏହିି ଅବସର ପ୍ରାପ୍ତ ସେନା କର୍ମଚାରୀ ଏବେ ଜିଲ୍ଲାରେ ଚର୍ଚ୍ଚାର ପରିସରକୁ ଆସିଥିବା ଜଣାପଡିଛି | ଏହା ଛଡା ସବୁ ମହଲ ରୁ ମନୋହର ଙ୍କୁ ପ୍ରଶଂସା କରାଯାଇଛି l

Comments (0)
Add Comment