ଅମାନିଆଙ୍କୁ ୩, ୫୦୦ ଟଙ୍କା ଫାଇନ

ଭୁବନେଶ୍ୱର: ଓଡିଶାରେ ପୁନର୍ବାର ମହାମାରୀ କରୋନା ଧିରେଧିରେ କାୟା ବିସ୍ତାର କରି ଆଗକୁ ବଢୁଥିବାରୁ ସରକାର ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି ଏବଂ ଅମାନିଆଙ୍କ ଠାରୁ ଫାଇନ ଆଦାୟ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ଆଜି ସଂଧ୍ୟାରେ ୫୩ ନମ୍ବର ଜାତୀୟ ରାଜପଥର ନୂଆବଜାର ଓ କାଳୀବଜାର ଠାରେ ମାସ୍କ ଚେକିଙ୍ଗ କରାଯାଇଥିଲା । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ଏସଆଇ ସୁକାନ୍ତି କେରକଟା ,ଏଏସଆଇ ପ୍ରଭାତ କୁମାର ରାଉତ,ଦୀନବନ୍ଧୁ ପ୍ରଧାନ ପୋଲିସ କର୍ମଚାରୀଙ୍କ ଗହଣରେ ଅମାନିଆଙ୍କ ଠାରୁ ୩ ହଜାର ୫୦୦ ଟଙ୍କା ଫାଇନ ଆଦାୟ କରିଥିଲେ ।

Comments (0)
Add Comment