ଅସହାୟମାନଙ୍କୁ ସଟଡାଉନରେ ଖାଦ୍ୟଦାନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇ ମାସର ପ୍ରତି ଶନିବାର ଓ ରବିବାର ମୟୂରଭ ଜିଲ୍ଲାରେ ସଟଡାଉନ ରହୁଥିବାରୁ ରାସ୍ତା କଡରେ ଅବହେଳିତ ହୋଇ ରହିଥିବା ବହୁ ମାନସିକ ବିକୃତ ବ୍ୟକ୍ତି ଖାଇବାକୁ ନପାଇ ଭୋକ ଓପାସରେ ରହୁଥିବାର ଲକ୍ଷ୍ୟ କରି ବାରିପଦାର ଯିଶୁଖ୍ରୀଷ୍ଟ ସଟଡାଉନ ହେଲ୍ପଲାଇନ ୟୁନିଟ ତରଫରୁ ଏହାର ସଦସ୍ୟ ମାନେ ପ୍ରତି ଶନିବାର ଓ ରବିବାର ବାରିପଦା ସହରରେ ବୁଲିବୁଲି ରାସ୍ତା କଡ ଫୁଟଫାତରେ କାଳ କାଟୁଥିବା ଅସହାୟ ତଥା ମସ୍ତିଷ୍କ ବିକୃତ ବ୍ୟକ୍ତି ମାନଙ୍କୁ ବୁଲିବୁଲି ଖାଦ୍ୟ ଖୁଆଉଥିବାର ଦେଖିବାକୁ ମିଳିଛି । ଏଥି ସହିତ ଆଜି ବାରିପଦା ରେ ପ୍ରବଳ ଖରା ଅନୁଭୁତ ହେଉଥିବାରୁ କରୋନା ଯୋଦ୍ଧା ପୋଲିସ ଭାଇ ମାନଙ୍କୁ ମଧ୍ୟ ଜଳଖିଆ,ଚା,ପାଣି ଆଦି ପ୍ରଦାନ କରିଥିଲେ ଏହି ସ୍ୱେଚ୍ଚାସେବୀ ମାନେ ।

Comments (0)
Add Comment