ଅସହାୟା ସତ୍ୟଭାମାକୁ ପକ୍କା ଘର ମିଳିବ କେବେ

ଯାଜପୁର : ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିବସୁଛନ୍ତି ଜନସାଧାରଣଙ୍କ ସୁବିଧା ପାଇଁ । ବିଶେଷ କରି ଗରିବ, ଖଟିଖିଆ, ଅସହାୟ ଲୋକମାନଙ୍କ ସହାୟତା ପାଇ ପାରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ହେଲେ ଦୀର୍ଘ ଦୁଇ ବର୍ଷରୁ ଉଦ୍ଧ୍ୱର୍ ହେବ ଘରଟି ଲଗାଣ ବର୍ଷାରେ ସଂପୂର୍ଣ୍ଣ ଭାଂଗି ଯାଇଥିଲେ ମଧ୍ୟ ପକାଘରଟିଏ ପାଇବାକୁ ଅନେଇ ବସଛନ୍ତି ଅସହାୟା ସତ୍ୟଭାମା । ବରୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଯାଜପୁର ବ୍ଲକ ଛତିସ ଦେବିଲ ଗ୍ରାମ ପଂଚାୟତର ଦେବିଲ ଗ୍ରାମର ବ୍ରାହ୍ମଣ ସାହିର ସତ୍ୟଭାମା ପଣ୍ଡା (୩୫) ସ୍ୱାମୀ କେଦାର ପଣ୍ଡା କାମ ଧନ୍ଦା କରି ଜୀବନ ନିର୍ବାହ କରନ୍ତି । ୬ ବର୍ଷର ପୁଅ ଏବଂ ୯ ବର୍ଷର ଝିଅକୁ ନେଇ ତାଙ୍କର ଏଇ ଅଭାବି ପରିବାରଟି ରହୁଥିବା ଘରଟି ଲଗାଣ ବର୍ଷା ହେବା ଫଳରେ ସତ୍ୟଭାମାଙ୍କ ଚାଳଛପର ଘରଟି ସଂପୂର୍ଣ୍ଣ ଭାଙ୍ଗି ଯାଇଅଛି । ଏହାକୁ ନେଇ ବ୍ଲକରେ ଅଭିଯୋଗ କରିଥିଲେ ଏହି ଅଭାବି ପରିବାର । ଘରଟିଏ ପାଇଁ ମଧ୍ୟ ନିବେଦନ କରିଥିଲେ ହେଲେ ଦୀର୍ଘ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସତ୍ୟଭାମାଙ୍କୁ ଘରଟିଏ ମିଳିପାରିନାହିଁ । ଯାହା କଳା ପାଲ ସହିତ ୩୨୦୦ ଟଙ୍କାର ଆର୍ଥିକ ସହାୟତାକୁ ଭାଙ୍ଗି ଯିବା ଦିନଠାରୁ ଗ୍ରାମର ଦଧିବାମନଜୀଉ ମନ୍ଦିର ନିକଟରେ ରହିଆସୁଥିଲେ । ମନ୍ଦିର ଘର ନିର୍ମାଣ ହେବାରୁ ଏବେ ସେ ବାର ଦୁଆର ସୁଣ୍ଡି ପିଣ୍ଡା ପରିକା ହେଉଛନ୍ତି । କରୋନା ମହାମାରୀ ଯୋଗୁଁ ସ୍ୱାମୀ ମଧ୍ୟ କାମଧନ୍ଦା ନପାଇ ହାତବାନ୍ଧି ଘରେ ବସିଛି । ଏପରି ପରିସ୍ଥିତିରେ ତୁରନ୍ତ ଏହି ଗରିବ ପରିବାରକୁ ସରକାରଙ୍କ ପକ୍ଷରୁ ପକ୍କା ଘରଟିଏ ଦେବାକୁ ସାଧାରଣରେ ଦାବି ହୋଇଛି ।

Comments (0)
Add Comment