ଅସ୍ତରଙ୍ଗରେ ୨୫୦୦ ଲୋକ ସ୍ଥାନାନ୍ତରିତ

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିଦେ୍ର୍ଧଶକ୍ରମେ ତପ୍ତର ହୋଇ ଉଠିଛି ଅସ୍ତରଙ୍ଗ ବ୍ଳକ ଓ ତହସିଲ ପ୍ରଶାସନ । ତହସିଲ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଜାହାନିଆଁ ଉପକୂଳରେ ଥିବା ଗାଁଗୁଡିକୁ ବାତ୍ୟା ସମ୍ଭଦ୍ଧିୟ ସତର୍କ କରାଇ ଦିଆଯାଉଥିବା ବେଳେ ମଙ୍ଗଳବାର ଦିନ ସମ୍ଭାବ୍ୟ ବାତ୍ୟାର କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟରେ ସାହାର୍ଯ୍ୟ କରିବା ଲାଗି ଏନ.ଡି.ଆର.ଏଫ୍. ବାହିନୀ ଅସ୍ତରଙ୍ଗରେ ପହଁଚିଛନ୍ତି ।ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ଉପକୂଳର ୬ ଗୋଟି ଗ୍ରାମ ପଂଚାୟତର ୭ ଗୋଟି ଗାଁ ସମୁଦ୍ର ପତନଠାରୁ ୨କି.ମି. ତଥା ପୁଇଁଚାନ୍ଦିଆ, ନୂଆଗଡ, ଡାଳୁଅକଣି, ସହନ, ବନ୍ଦାରୀ, କରାଳ, କେଉଟଜଙ୍ଗା, ତଣ୍ଡାହାର, ଉଦୟକଣୀ, ଛେନୁ ପ୍ରଭୃତି ରହିଅଛି । ଏହି ଗ୍ରାମଗୁଡିକର ୨,୫୦୦ ପୁରୁଷ,ମହିଳା ଓ ପିଲାଛୁଆଁଙ୍କୁ ନିକଟସ୍ଥ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ପାଇଁ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡିଥିବା ବେଳେ ସେମାନଙ୍କ ଲାଗି ଖାଦ୍ୟ, ପାନୀୟଜଳ ସହ ଶୁଖିଲା ଖାଦ୍ୟ ମଧ୍ୟ ବନେ୍ଦାବସ୍ତ କରାଯାଇଅଛି । ଏତ୍ତବ୍ୟତିତ ବ୍ଲକ ତହସିଲରେ କ୍ଷତିଗ୍ରସ୍ଥଙ୍କ ପାଇଁ ପଯ୍ୟାପ୍ତ ପରିମାଣରେ ପଲିଥିନ ମହିଜୁତ ରହିଥିବା ବେଳେ ବିଦ୍ୟୁତ ସରବରାହ ବିପର୍ଯ୍ୟସ୍ଥ ଆଶଙ୍କା ରହିଥିବାରୁ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ମାନଙ୍କରେ ଯେଉଁ ବିସ୍ତାପିତ ମାନେ ରହିବେ ସେମାନଙ୍କର ଆଲୋକିକରଣ କରିବା ପାଇଁ ଜେନେରେଟ୍ରର ମଧ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ, ୨୪ ଘଂଟିଆ କଂଟ୍ରୋଲରୁମ୍ ଖୋଲାଯାଇ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ସୂଚନା ପ୍ରଦାନ କରାଯାଉଥିବା ସ୍ଥାନୀୟ ବିଧାୟକ ତଥା କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା ପ୍ରକାଶ କରିଛନ୍ତି । ଆଉ ମଧ୍ୟ ଜାହାନିଆଁ ଉପକୂଳରେ ବସବାସ କରୁଥିବା ମସô୍ୟଜୀବୀମାନଙ୍କୁ ସମୁଦ୍ର ଅଶାନ୍ତ ଥିବାରୁ ମାଛ ଧରିବା ପାଇଁ ସମୁଦ୍ରକୁ ନଜିବାକୁ ବାରଣ କରାଯାଇଥିବା ବେଳେ ମଙ୍ଗଳବାର ଦିନ ସଖାଳୁ ଜାହାନିଆଁ ଉପକୂଳରେ ପବନର ବେଗ ବଢ଼ିବା ସହ ଅସରା ଅସରା ବର୍ଷା ଆରମ୍ଭ ହୋଇଥିବାରୁ ଉପକୂଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ଥ ହେବାକୁ ଥିବା ଗୃହପାଳିତ ପଶୁ ଯଥା-ଗାଈ, ଗୋରୁ, ଛେଳି, ମେଣ୍ଡା ପ୍ରଭୃତିଙ୍କ ପାଇଁ କ୍ଷତିଗ୍ରସ୍ଥ ହୋଇଥିବା ଗୁହାଳ ଗୁଡିକର ମରାମତି ନିମେନ୍ତ ପର୍ଯ୍ୟାପ୍ତ ପରିମାଣର ପଲିଥିନ ଓ ଗୋଖାଦ୍ୟ ମହଜୁଦ ରଖାଯାଇଅଛି ବୋଲି ଅସ୍ତରଙ୍ଗ ପଶୁ ଚିକିସôା ଅଧିକାରୀ ଅକ୍ଷୟ କୁମାର ଜେନା ପ୍ରକାଶ କରିଛନ୍ତି । ଅପରପକ୍ଷରେ ବାହାରୁ ଆସିଥିବା ଓଡିଆ ପ୍ରବାସୀଙ୍କଠାରୁ ଐଶାନେଶ୍ୱର ବିଦ୍ୟାପୀଠ ଅଠିତିରା, ରତନପୁର ବାତ୍ୟା ଆଶ୍ରୟସ୍ଥଳୀରରୁ ମୋଟ ୯୦ ଜଣଙ୍କର ସ୍ୱାର୍ବ ଟେଷ୍ଟ ପାଇଁ ଯାଇଥିବା ଅସ୍ତରଙ୍ଗ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ପ୍ରକାଶ କରିଛନ୍ତି ।

Comments (0)
Add Comment